ଜୁନ ୧ରେ ହେବ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା । ଜୁଲାଇରେ ହୋଇପାରେ ପରୀକ୍ଷା 

2,306

କନକ ବ୍ୟୁରୋ: କରୋନା ମହାମାରୀ ମଧ୍ୟରେ ସିବିଏସଇ ଓ ଆଇସିଏସଇ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏଥିରେ ନିଷ୍ପତ୍ତି ନିଆଯାଇଛି ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଜୁନ ୧ରେ ଘୋଷଣା କରାଯିବ ।

ସୂଚନା ଅନୁସାରେ ଜୁଲାଇ ମାସରେ ସିବିଏସଇ ପରୀକ୍ଷା କରାଯାଇପାରେ । ଗତ ବର୍ଷ ମଧ୍ୟ ଜୁଲାଇରେ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ କିଭଳି କରୋନା କଟକଣାରେ ପରୀକ୍ଷା ଆୟୋଜନ ହେବ ସେନେଇ ମନ୍ତ୍ରୀ ରମେଶ ପୋଖରିୟାଲ ଜୁନ ୧ରେ ଗାଇଡଲାଇନ ବାହାର କରିବେ ।