ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ : ବିହାର ସରକାରଙ୍କ ସୁପାରିଶ ଗ୍ରହଣ କଲେ କେନ୍ଦ୍ର ସରକାର; ଗତକାଲି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

403

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ବିହାର ସରକାରଙ୍କ ଆବେଦନକୁ ଗ୍ରହଣ କରିଛି କେନ୍ଦ୍ର । ଏବେ ସିବିଆଇ ଏହି ଘଟଣାର ତଦନ୍ତ କରିବ । ପୂର୍ବରୁ ମଧ୍ୟ ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେଉ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଗତକାଲି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ବିହାର ସରକାର । ବହୁ ଚର୍ଚ୍ଚିତ ଏହି ମାମଲାର ସିବିଆଇ ଯାଂଚ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାନ୍ତଙ୍କ ବାପା କେକେ ସିଂହ ମଙ୍ଗଳବାର ନୀତିଶ କୁମାରଙ୍କ ସହ କଥା ହୋଇ ସିବିଆଇ ଯାଂଚ ପାଇଁ ସୁପାରୀଶ କରିବାକୁ ମଧ୍ୟ ଅନୁରୋଧ କରିଥିଲେ ।

ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ ବିହାର ପୋଲିସ ମୁମ୍ବାଇ ଯାଇ ଯାଂଚ ଆରମ୍ଭ କରିଥିଲା । ହେଲେ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ବିହାର ପୋଲିସ ଓ ସୁଶାନ୍ତଙ୍କ ଓକିଲ । ଏପେଟ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ନେଇ ମୁମ୍ବାଇ ପୋଲିସ ଓ ବିହାର ପୋଲିସ ମୁହାଁମୁହିଁ ହୋଇଛନ୍ତି । ବିହାର ପୋଲିସ ଅଧିକାରୀଙ୍କୁ କ୍ୱାରେନଟିନରେ ରଖିବା ପରେ ଏହି ବିବାଦ ଅଧିକ ହୋଇଛି । ବିହାର ଡିଜିପି କହିଛନ୍ତି ମୁମ୍ବାଇ ପୋଲିସ ତଦନ୍ତରେ ସହଯୋଗ କରୁ ନାହାଁନ୍ତି ।