ଘରୋଇ ସ୍କୁଲ ଫି’ ଛାଡ ମାମଲା । ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ । କରୋନା ବେଳେ ୩୦% ସ୍କୁଲ ଫି ଛାଡ କରିବାକୁ ସୁପାରିଶ କରିଥିଲା ଗଠିତ କମିଟି ।

356

କନକ ବ୍ୟୁରୋ : ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ମାମଲାର ଶୁଣାଣି ଶେଷ ହୋଇଛି । ଏନେଇ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ କମିଟି ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । କରୋନା ବେଳେ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ କରିବାକୁ ସୁପାରିଶ କରିଥିଲା କମିଟି ।

କରୋନା ବେଳେ ସ୍କୁଲ ଫି ଛାଡ କରିବାକୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୩୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ଆବେଦନ କରାଯାଇଥିଲା ।

Comments are closed.