କନକ ବ୍ୟୁରୋ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ସୁପାରୀଶ । ଏଥିପାଇଁ ସୁପାରୀଶ କରିଛନ୍ତି ବିହାର ସରକାର । ଏହି ମାମଲାର ସିବିଆଇ ଯାଂଚ ପାଇଁ କେନ୍ଦ୍ରକୁ ସୁପାରୀଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାନ୍ତଙ୍କ ବାପା କେକେ ସିଂହ ମଙ୍ଗଳବାର ନୀତିଶ କୁମାରଙ୍କ ସହ କଥା ହୋଇ ସିବିଆଇ ଯାଂଚ ପାଇଁ ସୁପାରୀଶ କରିବାକୁ ଅନୁରୋଧ କରିଥିଲେ ।
ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ ବିହାର ପୋଲିସ ମୁମ୍ବାଇ ଯାଇ ଯାଂଚ ଆରମ୍ଭ କରିଥିଲା । ହେଲେ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ବିହାର ପୋଲିସ ଓ ସୁଶାନ୍ତଙ୍କ ଓକିଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/22-2.jpg)