ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲା । ମାମଲାର ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

141

କନକ ବ୍ୟୁରୋ : ଲୋକାୟୁକ୍ତ ଯିବ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା । ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ଲୋକାୟୁକ୍ତ କରିବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଲୋକାୟୁକ୍ତ ଗଠନ ପରେ ଏହା ସରକାରଙ୍କ ତରଫରୁ ପ୍ରଥମ ମାମଲା । ତେବେ ଆଜି ବିଧାୟକଙ୍କ ଜାମିନ୍ ଆବେଦନର ଶୁଣାଣି ହୋଇଛି । ଭୁବନେଶ୍ୱର ଏଡିଜେ-୩ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।

ଅଭୟକାନ୍ତ ପାଣିଗ୍ରାହୀ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗିରଫ କରିଥିଲା ଭିଜିଲାନ୍ସ । ଏହାପରେ ଖୋଲଥିଲା ଆକାଶ ପାଠକଙ୍କ ଠକେଇର ପେଡି । ଯେଉଁ ଠକେଇର ପେଡି ଲମ୍ବିଥିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଯାଏଁ । ଟାଟା କମ୍ପାନୀରେ ଚାକିରି କରାଇଦେବା ପାଇଁ କହି ଲୋକଙ୍କଠାରୁ ଅନେକ ଟଙ୍କା ଠକିଥିଲେ ବିଧାୟକ ।

ଏହାପରେ ବିଧାୟକଙ୍କ ନାଁ ଆସିବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ପରେ ଏହି ମାମଲାରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏବେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।