ଖୋଲିଲା ମାନସ ସ୍ୱାଇଁ ହତ୍ୟା ମାମଲାର ଫାଇଲ୍। କୋର୍ଟରେ ଶର୍ମିଷ୍ଠାଙ୍କ ଗୁମର ଖୋଲିଲେ ସାକ୍ଷୀ

780

କନକ ବ୍ୟୁରୋ:  ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାସନ ସ୍ୱାଇଁ ହତ୍ୟାକାଣ୍ଡ ମାମଲର ସାକ୍ଷ୍ୟ ଗ୍ରହଣ ଚାଲିଛି । ଭଦ୍ରକ ଜିଲ୍ଲା ଦୌରାଜଜ କୋର୍ଟରେ ଚତୁର୍ଥ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ୍ କୋର୍ଟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । କୋର୍ଟରେ ସରୋଜିନୀ କହିଛନ୍ତି, ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଶର୍ମିଷ୍ଠା ଓ ଅନ୍ୟମାନେ ଦୟାଲ ଆଶ୍ରମ ଆଣିବା ସେ ଦେଖିଛନ୍ତି । ରାତିରେ ଗୋଟିଏ କଠୋରୀରେ ରଖି ମାନସକୁ ନିସ୍ତୁକ ମାଡ଼ ମାରିଥିଲେ ଓ ମାନସ ଚିକ୍ରାର କରିବା ଶୁଣିଥିଲେ । ସକାଳେ କିନ୍ତୁ ସେହି କଠୋରୀରେ ମାନସ ନଥିଲେ । ସେଠାରୁ ମାନସର ଏକ ଚିଠି ପାଇଥିଲେ । ମୃତ୍ୟୁ ପୂର୍ବରୁ ମାନସ ନିଜେ ବନ୍ଦୀ ଥିବା ଠିକଣା ଓ ଉଦ୍ଧାର ଲାଗି ସହାୟତା କରିବାକୁ ଚିଠି ଲେଖିଥିଲେ । ସେହି ଚିଠିକୁ ଶର୍ମିଷ୍ଠା ରାଉତଙ୍କୁ ଦେବା ପରେ ସେ ଝରକା ଦେଇ ତଳକୁ ଫିଙ୍ଗିଦେଇଥିବା କୋର୍ଟରେ କହିଛନ୍ତି ସରୋଜିନୀ ସେଠ୍ । ଅନ୍ୟପଟେ ଅଭିଯୁକ୍ତଙ୍କ ଓକିଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସମୟ ଅଭାବରୁ ସାକ୍ଷୀଙ୍କୁ ଜେରା କରିପାରି ନାହାନ୍ତି । ଅଗଷ୍ଟ ୨ ତାରିଖରେ ସାକ୍ଷୀଙ୍କୁ ଜେରା କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ମେମୋରିକାର୍ଡକୁ ନେଇ ହୋଇଥିବା ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଏବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ରାଉତ, ଅବସରପ୍ରାପ୍ତ ରାଜ୍ୟ ସୂଚନା ସେବା ଅଧିକାରୀ ନିରଞ୍ଜନ ସେଠୀ ଭଦ୍ରକ ଜେଲରେ ଅଛନ୍ତି ।