କନକ ବ୍ୟୁରୋ: ମଝି ସମୁଦ୍ରରେ ଜାହଜରେ ଲାଗିଲା ନିଆଁ । ଆଟାଲାଟିଂକ  ମହାସାଗରରେ ଜାହଜରେ ନିଆଁ ଲାଗିବା ଯୋଗୁଁ ବହୁ ଦାମୀ କାର ଗୁଡିକ ଜଳିପୋଡି ପାଉଁଶ ହୋଇଛି । ଲାମ୍ବୋରଗିନୀ, ଅଡି, ଫୋର୍ସ ଭଳି ଦାମୀ କାର ବୋଝେଇ କାର୍ଗୋ ଜାହଜ ମହାସାଗରାର ଅକାତ ପାଣି ଭିତରେ ଜଳିଯାଇଛି । ଆଟାଲିଂଟିକ ମହାସାଗରରେ ଏକୋରେସ ଆଇଲ୍ୟାଣ୍ଡ ନିକଟରେ ଅଗ୍ନିକାଣ୍ଡ ଘଟିଛି । ଜାହଜରେ ଭକ୍ସ ୱାଗନ କମ୍ପାନୀର ପ୍ରାୟ ୩ହଜାର ୯୬୫ଟି ଦାମୀ ନୂଆ କାର ଥଲା ।

ସେହିପରି ଜାହଜରେ ଫୋର୍ସ କମ୍ପାନୀର ୧୧ଶହ କାର ଥିଲା । ଘଟଣାରେ କିଛି କାର ପୋଡିଯାଇଛି ଓ କିଛି କାର ଗଭୀର ପାଣି ଭିତରେ ବୁଡି ଯାଇଛି । ତେବେ ୨୨ଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ଜର୍ମାନୀରୁ ଇଡେନ ଆସୁଥିଲା କାର୍ଗୋ କାର । ପର୍ତୁଗୀଜ ବାୟୁସେନା ଓ ନୌସେନା ଉଦ୍ଧାରକାର୍ଯ୍ୟରେ ମୃତୟନ ରହିଛି । ମଝି ସମୁଦ୍ରରେ ଜାହଜ ଜଳୁଥିବା ସମୟର ଏକ ଭିଡିଓକୁ ପର୍ତୁଗୀଜ ସେନା ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି । ଦୁର୍ଘଟଣା ଘଟିଥିବା ଜାହଜର ନାଁ ରହିଛି ଫେଲିସିଏଟ ଏସ୍ । ୨୦୧୯ ମସିହାରେ ଆମେରିକାରେ ସମାନ ଏକ ଘଟଣା ଘଟିଥିଲା । ଏକ କାର ବୋଝେଇ କାର୍ଗୋ ଜାହଜ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ୨ହଜାର ଦାମୀ କାର ଜଳି ପୋଡି ପାଉଁଶ ହୋଇଥିଲା ।