କୋଇଲା ମାଫିଆ ସମ୍ପର୍କରେ ସୂଚନା ଦେବାରୁ କାର ଜାଳିଦେଲେ ମାଫିଆ । ଚଳନ୍ତା ଟ୍ରେନରୁ କୋଇଲା ଚୋରି ନେଇ ପୁଲିସର ଛାନବିନ୍ ପରେ କୋଇଲା ମାଫିଆଙ୍କ ଆତଙ୍କ ରାଜ୍

141

କନକ ବ୍ୟୁରୋ : କୋଇଲା ମାଫିଆ ସମ୍ପର୍କରେ ସୂଚନା ଦେବାରୁ କାର ଜାଳିଦେଲେ ମାଫିଆ । ଚଳନ୍ତା ଟ୍ରେନ୍ରୁ କୋଇଲା ଚୋରି ନେଇ ପୋଲିସର ଛାନବିନ୍ ପରେ କୋଇଲା ମାଫିଆଙ୍କ ଆତଙ୍କ ରାଜର ଏଭଳି ଏକ ଖବର ଆସିଛି ଭଦ୍ରକ ମାରପୁର ଗାଁରୁ । ସୂଚନା ଅନୁସାରେ ଗାଁର ପ୍ରତାପ ବେହେରାଙ୍କ କାର ପୋଡ଼ି ଦେଇଛନ୍ତି ଦୁର୍ବୃତ । ଭଦ୍ରକ ଗ୍ରାମାଂଚଳ ଥାନା ଇଛାପୁର ପରିବିନ୍ଧା ମାରପୁର ଗାଁରେ ଉନ୍ମତକାଣ୍ଡ ଘଟାଇଛନ୍ତି କୋଇଲା ମାଫିଆ ।

ଭଦ୍ରକ -ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ ଚଳନ୍ତା ଟ୍ରେନରୁ କୋଇଲା ଚୋରି କରୁଛନ୍ତି କୋଇଲା ମାଫିଆ । ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଗତକାଲି ଆରପିଏଫ ପୋଲିସ ପ୍ରତାପ ବେହରା ନାମକ ଜଣେ ବ୍ୟକ୍ତିଙ୍କୁ ଚୋରି ନେଇ ପଚରାଉଚୁରା କରିଥିଲା । କୋଇଲା ଚୋରୀ ସମ୍ପର୍କରେ ସେ ତଥ୍ୟ ଦେଇଥିବା ଆଶଙ୍କା କରି ମାଫିଆମାନେ ବିଳମ୍ବିତ ରାତିରେ ପ୍ରତାପଙ୍କ କାରକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।