୧୬ କୋଟି ଟଙ୍କାରେ ବିକ୍ରି ହେଲା ଏହି ପୋଡା କାର୍ । ହେଲେ କାହିଁକି କିଣିଲେ ନିଲାମଧାରୀ?

Advertisment
୧୬ କୋଟି ଟଙ୍କାରେ ବିକ୍ରି ହେଲା ଏହି ପୋଡା କାର୍ । ହେଲେ କାହିଁକି କିଣିଲେ ନିଲାମଧାରୀ?

କନକ ବ୍ୟୁରୋ: ଉତ୍ସାହୀ କାର୍‌ ଚାଳକ ଓ ସ୍ମାରକୀପ୍ରିୟ ବ୍ୟକ୍ତିମାନେ ବିଭିନ୍ନ ମଡେଲ୍‌ର ପୁରୁଣା କାର୍‌ ସଂଗ୍ରହ କରନ୍ତି। ତେବେ ସବୁଗୁଡ଼ିକ ଚଳନ୍ତି ଅବସ୍ଥାରେ ଥାଏ। ମାତ୍ର ଆମେରିକାରେ ଏକ ପରିତ୍ୟକ୍ତ ପୋଡ଼ା କାର୍‌ର ଭଗ୍ନାବଶେଷକୁ ଜଣେ ନିଲାମଧାରୀ ୨୦ ଲକ୍ଷ ଡଲାର ବା ପ୍ରାୟ ସାଢ଼େ ୧୬ କୋଟି ଟଙ୍କାରେ କିଣିଛନ୍ତି। ୧୯୫୪ ମସିହାରେ ନିର୍ମିତ ଏହି ‘୫୦୦ ମଣ୍ଡିଆଲ୍‌ ସ୍ପାଇଡର ସିରିଜ୍‌-୧’ ଗାଡ଼ିଟି ସେହିବର୍ଷ ପ୍ରଥମ କରି ୧,୦୦୦ ମାଇଲ୍‌ ବିଶିଷ୍ଟ ଇଟାଲି କାର୍‌ଦୌଡ଼ରେ ଭାଗ ନେଇଥିଲା। ତେବେ ସେଥିରେ ଏହାର ଖ୍ୟାତନାମା ଚାଳକ ଫ୍ରାଙ୍କୋ କୋର୍ଟିସ୍‌ ଚତୁର୍ଦ୍ଦଶ ସ୍ଥାନରେ ରହିଥିଲେ।

ଏହାପରେ ଏହି କାର୍‌ଟି ସଂଖ୍ୟାଧିକ ପ୍ରତିଯୋଗିତାରେ ଭାଗନେଇ ଅନେକ ଥର ଦୁର୍ଘଟଣାର ଶିକାର ମଧ୍ୟ ହୋଇଛି। ଶେଷ ଥର ଏହା ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳିଯାଇଥିଲା। ୧୯୭୮ରେ ଜଣେ ଆମେରିକୀୟ ସଂଗ୍ରାହକ କେବଳ ସ୍ମାରକୀ ଭାବେ ରଖିବା ପାଇଁ ସେହି ଧ୍ବଂସପ୍ରାପ୍ତ ଗାଡ଼ିଟିକୁ କିଣିଥିଲେ। ଏହାପରେ ତା’ ବିଷୟରେ କିଛି ଖୋଜଖବର ନଥିଲା। ତେବେ ୨୦୦୪ରେ ଫ୍ଲୋରିଡାରେ ସଂଘଟିତ ଝଡ଼ରେ ଏକ ଘରର ଛାତ ଉଡ଼ିଗଲା ପରେ ସେଥିରେ ରହିଥିବା ପୁରୁଣା କାର୍‌ଗୁଡ଼ିକ ଲୋକଲୋଚନକୁ ଆସିଥିଲା। ସେଥିରେ ଥିବା ୧୯ଟି ଅନ୍ୟାନ୍ୟ ଫରାରି କାର୍‌ ମଧ୍ୟରେ ଏହି ‘ମଣ୍ଡିଆଲ୍‌’ କାର୍‌ଟି ଥିଲା। ତାହାକୁ ଉଦ୍ଧାର କରି ନିଲାମକାରୀ ଆର୍‌ଏମ୍‌ ସୁଥ୍‌ବି ପାଖରେ ରଖିଥିଲେ। ଶେଷରେ ନିଲାମ ମାଧ୍ୟମରେ ଏହାର ଅବକ୍ଷୟପ୍ରାପ୍ତ ଅବଶିଷ୍ଟାଂଶ ଖୋଳକୁ ୧୫ ଲକ୍ଷ ପାଉଣ୍ଡ୍‌‌ ବା ପ୍ରାୟ ୨୦ ଲକ୍ଷ ଡଲାରରେ ବିକ୍ରି କରାଯାଇଛି। ଏହି ଭଙ୍ଗା ଦଦରା ଖୋଳଟିକୁ ମୂଳ କାର୍‌ ଅବସ୍ଥାକୁ ଆଣିବା କଷ୍ଟକର ବ୍ୟାପାର ହୋଇଥିଲେ ହେଁ ସଂପୃକ୍ତ ନିଲାମଧାରୀ ତାହାକୁ ଏକ ଆହ୍ୱନ ରୂପେ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe