କଟକ ତେଲେଙ୍ଗାପେଣ୍ଠରେ କେନାଲ ଭିତରକୁ ପଶିଗଲା କାର୍ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯିବାରୁ ୩ ଜଣଙ୍କ ମୃତ୍ୟୁ ; ମୃତକଙ୍କ ପରିଚୟ ମିଳିପାରିନି, ସଦର ଥାନା ପୋଲିସର ଛାନଭିନ୍

Advertisment
କଟକ ତେଲେଙ୍ଗାପେଣ୍ଠରେ କେନାଲ ଭିତରକୁ ପଶିଗଲା କାର୍ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯିବାରୁ ୩ ଜଣଙ୍କ ମୃତ୍ୟୁ ; ମୃତକଙ୍କ ପରିଚୟ ମିଳିପାରିନି, ସଦର ଥାନା ପୋଲିସର ଛାନଭିନ୍

କନକ ବ୍ୟୁରୋ : କଟକ ତେଲେଙ୍ଗାପେଣ୍ଠରୁ ଆସିଛି ଦୁର୍ଘଟଣାର ଖବର । ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଲା କାର । କେନାଲ ଭିତରକୁ ଖସି ପଡିବା ଫଳରେ କାରରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି ।

publive-image

କଟକ ତେଲେଙ୍ଗାପେଂଟରେ ଘଟିଛି ଏଡି ମର୍ମନ୍ତୁଦ ଦୁର୍ଘଟଣା । ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଘଟଣାସ୍ଥଳରେ କଟକ ସଦର ପୋଲିସ ପହଁଚି ତନାଘନା ଆରମ୍ଭ କରିଛି ।

publive-image

ସୂଚନା ଅନୁଯାୟୀ ଏକ ଜାଗୁଆର୍ କାର୍ (ଓଡି ୧୪ସି-୦୦୦୭) ଦ୍ରୁତ ଗତିରେ କଟକରୁ ଭୁବନେଶ୍ବର ଆଡ଼କୁ ଯାଉଥିଲା। ରାତି ପ୍ରାୟ ୩ଟା ସମୟରେ ଏହି କାର୍ ଭାରସାମ୍ୟ ହରାଇ କେନାଲ୍ ଭିତରକୁ ପଶିଯାଇଥିଲା। ଏହାଫଳରେ କାର୍ ଭିତରେ ଥିବା ୩ଜଣଙ୍କର ଅବସ୍ଥା ଗୁରୁତର ହୋଇଥିଲା। ପୁଲିସ୍ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ନେଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe