ଉତରପ୍ରଦେଶରେ ବଡ ହିଂସାକାଣ୍ଡ: ଚାଷୀଙ୍କ ଉପରେ ଚଢିଗଲା କାର୍, ୮ଜଣଙ୍କର ମୃତ୍ୟୁ

144

କନକ ବ୍ୟୁରୋ: ଉତରପ୍ରଦେଶରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ୪ ଆନ୍ଦୋଳନକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ କାର ଭିତରେ ଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଛି । ୟପି ପୁଲିସ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ଉତର ପ୍ରଦେଶର ଖେରୀ ଗସ୍ତରେ ଯାଉଥିଲେ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା ଓ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ କୁମାର ମିଶ୍ର । ଦୁଇ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ କୃଷି ଆଇନ ବିରୋଧ କରୁଥିବା ଚାଷୀ ସଂଗଠନ ।

ଏହି ସମୟରେ କେନ୍ଦ୍ôରମନ୍ତ୍ରୀ ଅଜୟଙ୍କ ପୁଅ ଆଶିଷ ମିଶ୍ରଙ୍କ କାରକେଡ ଯାଉଥିଲା । ଯାହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଆନ୍ଦୋଳନକାରୀ ଚାଷୀ । ଆନ୍ଦୋଳନକାରୀ ଆଶିଷଙ୍କ କାର ଉପରକୁ ପଥର ମାଡ କରିଥିଲେ । ତାପରେ ଆଶିଷ ଆନ୍ଦୋଳନାକାରୀଙ୍କ ଉପରେ କାର ମଡାଇ ଦେଇଥିବା ଅଭିଯୋଗ ହୋଇଛି । କାର ମାଡିଯିବାରୁ ୪ ଆନ୍ଦୋଳନକାରୀ ଚାଷୀଙ୍କର ମୃତ୍ୟୁ ହୋଇଥିବା କହିଛି ଚାଷୀ ସଂଗଠନ । ଅନ୍ୟପଟେ ଉତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ପୁଅକୁ କାରକେଡ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।