ଘାଟିରେ ଓଲଟିଲା ଅଟୋ : ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଯାତ୍ରୀ ଗୁରୁତର

243

କନକ ବ୍ୟୁରୋ : ଓଲଟିଲା ଅଟୋ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଝରିଗାଁ ଡାକ୍ତରଖାନାରେ ଭର୍ତି କରାଯାଇଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଭରସ୍ୟାମ ହରାଇ ଅଟୋଟି ଓଲଟି ପଡିଛି ।

ଏଥିରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ୧୦ ଜଣ ଗୁରୁତର ହୋଇଥିବା ବେଳେ ୧୦ ଜଣ ଅଳ୍ପ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଝରିଗାଁ ବ୍ଲକ ସିନ୍ଧିପଡା ଗାଁର ଲୋକ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗୋଟିଏ ଅଟୋରେ ଚନ୍ଦାହାଣ୍ଡି ବ୍ଲକ କରାଡଙ୍ଗରି ଗାଁକୁ ଯାଉଥିଲେ ।

ଅଟୋଟି ଏତେ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡି ଘାଟିରେ ଯାଉଥିବା ବେଳେ ଭାରସ୍ୟାମ ହରାଇ ଓଲଟି ପଡିଛି । ସବୁଠାରୁ ଆଶ୍ଚଯ୍ୟକର କଥା ଗୋଟିଏ ଅଟୋରେ ଏତେ ସଂଖ୍ୟକ ଲୋକ ଯାଉଥିଲେ କେମିତି । ସେ ଅଟୋ ଡ୍ରାଇଭର ଏତେ ଲୋକଙ୍କୁ ନେଇ ଘାଟି ରାସ୍ତାରେ ଯାତ୍ରା କରୁଥିଲେ ।