କନକ ବ୍ୟୁରୋ: ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରଲରକୁ ପଛରୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ କାର ଭିତରେ ଚାପି ହୋଇ ରହିଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଉଦ୍ଧାର କରିବା ସହ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତି କରିଛନ୍ତି । କାରଟି ରାଉରକେଲାରୁ ଦ୍ରୁତ ଗିରେ ଆସୁଥିବା ବେଳେ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା । ଫଳରେ ପଛରେ ବସିଥିବା ବ୍ୟକ୍ତି କାରରୁ ବାହାରି ପୋଲ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବାଇପାସରେ ଦୁର୍ଘଟଣା: ଟ୍ରଲରକୁ ପଛରୁ ଧକ୍କା ଦେଲା କାର, ପୋଲ ତଳକୁ ଖସିପଡ଼ିଥିବା ଯାତ୍ରୀଙ୍କ ମୃତ୍ୟୁ
/kanak/media/post_attachments/wp-content/uploads/2024/03/MixCollage-13-Mar-2024-03-28-PM-9506.jpg)