ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର : ଅଗ୍ନିକାଣ୍ଡ ପରେ ଜଣାପଡିଲା କାରରେ ହେଉଥିଲା ଗଂଜେଇ ଚୋରାଚାଲାଣ;  କାର ଛାଡି ଚାଳକ ଫେରାର

Advertisment
ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର : ଅଗ୍ନିକାଣ୍ଡ ପରେ ଜଣାପଡିଲା କାରରେ ହେଉଥିଲା ଗଂଜେଇ ଚୋରାଚାଲାଣ;  କାର ଛାଡି ଚାଳକ ଫେରାର

କନକ ବ୍ୟୁରୋ : ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । ତେବେ କାରରେ ନିଆଁ ଲାଗିବା ପରେ ଜଣାପଡିଛି, କାରରେ ଗଂଜେଇ ଚାଲାଣ କରାଯାଉଥିଲା ।

publive-image

କାର ସହ ଗଂଜେଇ ବି ଜଳି ପାଉଁଶ ହୋଇଯାଇଛି । ତେବେ ବଂଚିଯାଇଥିବା ଅବଶେଷରୁ ଜଣା ପଡିଛି କାରରେ ଗଂଜେଇ ଭର୍ତି କରି ଚାଲାଣ କରାଯାଉଥିଲା । ତେବେ କାରରେ ଯାଉଥିବା ଲୋକେ ନିଆଁ ଲାଗିବା ପରେ କାରକୁ ଛାଡି ଫେରାର ହୋଇଯାଇଛନ୍ତି ।

publive-image

କାରଟି ଜାତୀୟ ରାଜପଥରେ କାଳିମେଳା ଅଭିଯୁଖେ ଯାଉଥିବା ବେଳେ ଏମଭି ୧୬ ଗାଁ ନିକଟରେ ଜଳି ଯାଇଥିଲା । କାରରେ ଯାଉଥିବା ଯାତ୍ରୀ ନିଆଁ ଲାଗିବା ପରେ ଫେରାର ହୋଇଯାଇଥିବାରୁ କିଏ ଗଂଜେଇ ଚାଲାଣ କରୁଥିଲା, କେଉଁଠୁ ଗଂଜେଇ ଭର୍ତି କରି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଜଣାପଡି ନାହିଁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe