କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଯାତ୍ରୀବାହୀ କାର । ଜଳିଗଲେ ୫ଜଣ ଯାତ୍ରୀ । ଉତରପ୍ରଦେଶ ଆଗ୍ରାରେ ଏଭଳି ଏକ ଦୁଃଖ ଦାୟକ ଘଟଣା ଘଟିଛି । କେହି କିଛି ବୁଝିବା ଆଗରୁ ଉତର ପ୍ରଦେଶ ଆଗ୍ରାର ଯମୁନା ଏକ୍ସପ୍ରେସ ୱେ ଉପରେ ହାଠାତ୍ ଜଳି ଉଠିଥିଲା କାର । କାରରେ ଥିବା ଯାତ୍ରୀ ମାନେ ଅତି ଦୟନୀୟ ଅବସ୍ଥାରେ ଜିଅନ୍ତା ଜଳିଯାଇଥିଲେ । ଦେଖୁ ଦେଖୁ କାରରେ ଥିବା ୫ଜଣଙ୍କ ଜୀବନ ଚାଲିଯାଇଥିଲା ।
ମଙ୍ଗଳବାର ଯମୁନା ଏକ୍ସପ୍ରେସ ୱେ ଉପରେ ଏକ ଟ୍ୟାଙ୍କରରେ କାରଟି ଧକ୍କା ହେବା ଫଳରେ କାରରେ ନିଆଁ ଲାଗିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବିକ ଏକ ଟ୍ୟାଙ୍କର ଭୁଲ୍ ସାଇଡ଼ରେ ଆସୁଥିଲା । କାରରେ ଛୋଟ ଏବଂ ବଡ଼ ପିଲା ମାନେ ମିଶି ୫ଜଣ ଯାତ୍ରା କରୁଥିଲେ ।
ଅଚାନକ୍ କାରରେ ନିଆଁ ଲାଗିବା ଦ୍ୱାରା କାର ଭିତରେ ଥିବା ଯାତ୍ରୀ ମାନେ ବାହାରକୁ ବାହାରି ପାରିନଥିଲେ । ସ୍ଥାନୀୟ ଲୋକ ସାହାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଲୋକଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ମହିଳା, ୩ଜଣ ପୁରୁଷ ଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/hkjfkjh_5fe17f8935edb.jpg)