କନକ ବ୍ୟୁରୋ : ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । ତେବେ କାରରେ ନିଆଁ ଲାଗିବା ପରେ ଜଣାପଡିଛି, କାରରେ ଗଂଜେଇ ଚାଲାଣ କରାଯାଉଥିଲା ।
କାର ସହ ଗଂଜେଇ ବି ଜଳି ପାଉଁଶ ହୋଇଯାଇଛି । ତେବେ ବଂଚିଯାଇଥିବା ଅବଶେଷରୁ ଜଣା ପଡିଛି କାରରେ ଗଂଜେଇ ଭର୍ତି କରି ଚାଲାଣ କରାଯାଉଥିଲା । ତେବେ କାରରେ ଯାଉଥିବା ଲୋକେ ନିଆଁ ଲାଗିବା ପରେ କାରକୁ ଛାଡି ଫେରାର ହୋଇଯାଇଛନ୍ତି ।
କାରଟି ଜାତୀୟ ରାଜପଥରେ କାଳିମେଳା ଅଭିଯୁଖେ ଯାଉଥିବା ବେଳେ ଏମଭି ୧୬ ଗାଁ ନିକଟରେ ଜଳି ଯାଇଥିଲା । କାରରେ ଯାଉଥିବା ଯାତ୍ରୀ ନିଆଁ ଲାଗିବା ପରେ ଫେରାର ହୋଇଯାଇଥିବାରୁ କିଏ ଗଂଜେଇ ଚାଲାଣ କରୁଥିଲା, କେଉଁଠୁ ଗଂଜେଇ ଭର୍ତି କରି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଜଣାପଡି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/N18.jpg)
/kanak/media/post_attachments/wp-content/uploads/2020/09/vlcsnap-2020-09-22-11h25m37s92.png)
/kanak/media/post_attachments/wp-content/uploads/2020/09/vlcsnap-2020-09-22-11h25m50s203.png)