ପାର୍ବଣ ପରେ ବଢ଼ିଲା ରାଜଧାନୀର ବାୟୁ ପ୍ରଦୁଷଣ । ଛୋଟ ପିଲା ଓ ବୟସ୍କଙ୍କ ପାଇଁ ସମସ୍ୟା ଆଗକୁ ଦୀପାବଳୀ ଆସୁଥିବାରୁ ବଢ଼ିଲା ଚିନ୍ତା ।

Advertisment
ପାର୍ବଣ ପରେ ବଢ଼ିଲା ରାଜଧାନୀର ବାୟୁ ପ୍ରଦୁଷଣ । ଛୋଟ ପିଲା ଓ ବୟସ୍କଙ୍କ ପାଇଁ ସମସ୍ୟା ଆଗକୁ ଦୀପାବଳୀ ଆସୁଥିବାରୁ ବଢ଼ିଲା ଚିନ୍ତା ।

କନକ ବ୍ୟୁରୋ: ରାଜଧାନୀରେ ପ୍ରଦୂଷଣ ମାତ୍ରା ମଡୋରେଟ୍ ଅର୍ଥାତ୍ ଅତ୍ୟଧିକ ଖରାପ କି ଭଲ ନୁହେଁ ସ୍ଥିତିରେ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ନିରଞ୍ଜନ ମଲ୍ଲିକ କହିଛନ୍ତି । ପାର୍ବଣ ବେଳେ ରାବଣ ପୋଡି ହୋଇଥିଲା । ଏହି ସମୟରେ ଟିକିଏ ପ୍ରଦୂଷଣ ବଢିଛି । ହେଲେ ଏହା ମଡୋରେଟରେ ରହିଛି । ଅର୍ଥାତ ୧୦୧ରୁ ୨୦୦ ମଝିରେ ରହିଛି । ତେଣୁ ଟିକିଏ ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା ହୋଇଛି । ହେଲେ ସେଭଳି କୌଣସି ବିପଦ ନାହିଁ ବୋଲି କହିଛନ୍ତି ।

ରାଜଧାନୀରେ ଏବେ ୬ଟି ସ୍ଥାନରେ ବାୟୁ ପ୍ରଦୂଷଣକୁ ମପାଯାଉଛି । ଆଗକୁ ଦୀପାବଳି ରହିଛି । ତେଣୁ ଲୋକମାନେ ସଚେତନ ହେବା ଆବଶ୍ୟକ ରହିଛି । ପ୍ରଦୂଷଣ ମୁକ୍ତ ଫୋଟକା ଫୁଟାଇବାକୁ ନିରଞ୍ଜନ ମଲ୍ଲିକ ଗୁରୁତ୍ୱ ଦେଇଛନ୍ତି । ଲୋକେ ସଚେତନ ରହିଲେ ପ୍ରଦୂଷଣ ବଢିବ ନାହିଁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe