କନକ ବ୍ୟୁରୋ: ରାଜଧାନୀରେ ପ୍ରଦୂଷଣ ମାତ୍ରା ମଡୋରେଟ୍ ଅର୍ଥାତ୍ ଅତ୍ୟଧିକ ଖରାପ କି ଭଲ ନୁହେଁ ସ୍ଥିତିରେ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ନିରଞ୍ଜନ ମଲ୍ଲିକ କହିଛନ୍ତି । ପାର୍ବଣ ବେଳେ ରାବଣ ପୋଡି ହୋଇଥିଲା । ଏହି ସମୟରେ ଟିକିଏ ପ୍ରଦୂଷଣ ବଢିଛି । ହେଲେ ଏହା ମଡୋରେଟରେ ରହିଛି । ଅର୍ଥାତ ୧୦୧ରୁ ୨୦୦ ମଝିରେ ରହିଛି । ତେଣୁ ଟିକିଏ ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା ହୋଇଛି । ହେଲେ ସେଭଳି କୌଣସି ବିପଦ ନାହିଁ ବୋଲି କହିଛନ୍ତି ।
ରାଜଧାନୀରେ ଏବେ ୬ଟି ସ୍ଥାନରେ ବାୟୁ ପ୍ରଦୂଷଣକୁ ମପାଯାଉଛି । ଆଗକୁ ଦୀପାବଳି ରହିଛି । ତେଣୁ ଲୋକମାନେ ସଚେତନ ହେବା ଆବଶ୍ୟକ ରହିଛି । ପ୍ରଦୂଷଣ ମୁକ୍ତ ଫୋଟକା ଫୁଟାଇବାକୁ ନିରଞ୍ଜନ ମଲ୍ଲିକ ଗୁରୁତ୍ୱ ଦେଇଛନ୍ତି । ଲୋକେ ସଚେତନ ରହିଲେ ପ୍ରଦୂଷଣ ବଢିବ ନାହିଁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/10/8-26.jpg)