ଭିକାରିମୁକ୍ତ ହେବ ରାଜଧାନୀ : ରାସ୍ତାକଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ମାଗିବେନି ଭିକ; ରାସ୍ତାରେ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାର୍ଡ

253

କନକ ବ୍ୟୁରୋ : ଆଉ ରାସ୍ତା କଡ଼ରେ ବୁଲିବେନି ଭିକାରି । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ମନ୍ଦିର ବାହାରେ କିମ୍ବା ରାସ୍ତାରେ ଭିକାରି ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ । କମିଶନରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଭିକାରିମୁକ୍ତ ହେବା ପାଇଁ ସ୍ୱତନ୍ତ୍ର ବୈଠକ ବସିଛି ।

ସରକାରଙ୍କ ସହାୟତାରେ ଭୁବନେଶ୍ୱରରେ ୫୦୦ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ବର୍ତ୍ତମାନ ପାର୍ବଣ ଋତୁରେ ରାସ୍ତା କଡ଼ରେ କୌଣସି ବି ଭିକାରୀ ଯେପରି ନବସନ୍ତି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବିଏମସିର ୩ଟି ଜୋନରେ ୩ଟି ସ୍କ୍ୱାଡ୍ ଗଠନ କରାଯିବ ।