କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ବିଷାକ୍ତ ବାୟୁ ବଳୟରେ ଏବେ ରାଜଧାନୀ ଦିଲ୍ଲୀ । ଆଗକୁ ଦିପାବଳୀ କିନ୍ତୁ ଏବେଠୁ ହିଁ ଦିଲ୍ଲୀରେ ବାୟୁ ପ୍ରଦୁଷଣ ସମସ୍ୟା ଦେଖାଗଲାଣି । ବାୟୁର ମାନ ଖରାପ ହେବା ଯୋଗୁଁ ପୁଣି ଅସ୍ତବ୍ୟସ୍ତ ହେଲେଣି ଦିଲ୍ଲୀବାସୀ । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା କଟକଣା ଲାଗୁ କରାଯାଇଛି । ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନର ୨ୟ ପର୍ଯ୍ୟାୟ ଲାଗୁ କରାଯାଇଛି । ନିୟମ ଅନୁସାରେ ରେଷ୍ଟୁରାଂଟ ଓ ବିଭିନ୍ନ ଛୋଟ ବଡ ଭୋଜନାଳୟରେ କୋଇଲା ଏବଂ କାଠ ଚୁଲା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହ ଡିଜେଲ ଜେନେରେଟର ବ୍ୟବହାର ମଧ୍ୟ ନିଷେଧ କରାଯାଇଛି । ଶନିବାର ଦିଲ୍ଲୀର ବିଭିନ୍ନ ଅଂଚଳରେ ବାୟୁର ଗୁଣବତା ୩ଶହ ଉପରେ ରହିଥିଲା । ତେଣୁ ଆଗକୁ ରାଜଧାନୀର ସ୍ଥିତି ଅଧିକ ବିଗିଡିବା ଆଶଙ୍କା ରହିଛି ।
ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ, ଚିନ୍ତାରେ ରାଜଧାନୀବାସୀ
/kanak/media/post_attachments/wp-content/uploads/2022/10/delhi_smog_660_151119091702.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)