ସରିଲା ପ୍ରଚାର, କାଲି ପଡିବ ଭୋଟ : ବିହାରରେ ଶେଷ ପର୍ଯ୍ୟାୟରେ ୭୮ ଆସନ ପାଇଁ ହେବ ମତଦାନ

Advertisment
ସରିଲା ପ୍ରଚାର, କାଲି ପଡିବ ଭୋଟ : ବିହାରରେ ଶେଷ ପର୍ଯ୍ୟାୟରେ ୭୮ ଆସନ ପାଇଁ ହେବ ମତଦାନ

କନକ ବ୍ୟୁରୋ : ଆସନ୍ତା ୭ ତାରିଖରେ ବିହାରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୭୮ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିରେ ୧୨ଶହ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ ହେବ ଏବଂ ଏଥିରେ ପ୍ରାୟ ୨ କୋଟି ୩୫ଲକ୍ଷ ଭୋଟର ସାମିଲ ହେବେ ।

ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଚାର କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଚାର ବେଳେ ଏହା ତାଙ୍କ ଜୀବନର ଶେଷ ନିର୍ବାଚନ ବୋଲି ସେ ଘୋଷଣା କରିଥିଲେ । ଶେଷ ସୁଯୋଗ ଭାବେ ଜେଡିୟୁ-ବିଜେପି ମେଂଟକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ନୀତିଶ । ଏହାକୁ ନେଇ ଏବେ ଚର୍ଚା ଜୋରଦାର ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe