କନକ ବ୍ୟୁରୋ: ରେଳ ସୁରକ୍ଷାରେ ଅନେକ ତ୍ରୁଟି ରହିଛି । ଦୁର୍ଘଟଣା ଓ ଲାଇନଚ୍ୟୁତ ଭଳି ଘଟଣାକୁ ରୋକିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ । ସେଥିରେ ଆହୁରି ଅଧିକ ଉନ୍ନତି ଆସିବା ଦରକାର । ଗତବର୍ଷ ଏଭଳି ସତର୍କ କରାଇଥିଲେ ସିଏଜି । ଯଦି ସରକାର ସିଏଜିଙ୍କ ସେହି ରିପୋର୍ଟକୁ ଗୁରୁତ୍ୱ ଦେଇ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଇଥାନ୍ତେ ତେବେ ଏତେବଡ ଦୁର୍ଘଟଣା ଘଟିନଥାନ୍ତା । ବାହନଗା ଦୁର୍ଘଟଣାକୁ ରୋକା ଯାଇପାରିଥାନ୍ତା ଏବଂ ୨୭୫ ମୂଲ୍ୟବାନ ଜୀବନ ବଞ୍ଚିଯାଇଥାନ୍ତା ।

Advertisment