ଦିନ ଗଡୁଛି ଜମୁଛି ପ୍ରଚାର : ବାଲେଶ୍ୱର ଉପନିର୍ବାଚନ ପାଲଟିଛି ତିନି ଦଳ ପାଇଁ ସମ୍ମାନର ପ୍ରଶ୍ନ; ବିଜେଡିର ବାଇକ୍ ରାଲି, ବେଣୁଙ୍କ ପାଇଁ ପୁଣି ମୈଦାନକୁ ଓହ୍ଲାଇଲେ ରାନୀ

62

କନକ ବ୍ୟୁରୋ : ବାଲେଶ୍ୱର  ଓ ତିର୍ତ୍ତୋଲ ପାଇଁ ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ପ୍ରଚାର ସରିବାକୁ ଆଉ ୪ ଦିନ ବାକି ରହିଥିବାବେଳେ ପ୍ରଚାର ଜୋରଧରିଛି । ଏଥର କରୋନା କଟକଣା ମଧ୍ୟରେ ନିର୍ବାଚନ ହେଉଛି । ପ୍ରଚାର ପାଇଁ ସବୁ ଦଳର ନେତା ଏଠାରେ ଡେରା ପକାଇଛନ୍ତି ।  ତିନୋଟି ଦଳ ନିଜ ନିଜ ପାର୍ଥୀଙ୍କୁ ଜିତାଇବା ପାଇଁ କସରତ କରୁଛନ୍ତି । ପ୍ରଚାର ଭିତରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସା । ତାଙ୍କ ପାଇଁ ପ୍ରଚାର କରୁଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା ।

ସମର୍ଥକଙ୍କ ସହ ସେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ଲଗାତାର ଦ୍ୱିତୀୟ ଥର ଲାଗି ଅଭିନେତ୍ରୀ ରାଣୀ ପଣ୍ଡା ବେଣୁଙ୍କ ପାଇଁ ପ୍ରଚାର କରୁଛନ୍ତି । ରାନୀ ପଣ୍ଡାଙ୍କ ସହ ରଥରେ ବସି ପ୍ରଚାର ମୈଦାନକୁ ଓହ୍ଲାଇଲେ ବେଣୁ ମଉସା । ରଥରେ ବୁଲିଲେ ଲୋକଙ୍କୁ ଭୋଟ ମାଗିଲେ… କହିଲେ, ସମସ୍ତେ ମୋ ସାଥିରେ ଅଛନ୍ତି… ମୁଁ ବହୁତ ଖୁସି ।

ସେପଟେ ବାଲେଶ୍ୱରରେ ପ୍ରଚାର କରିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ।  କୋଭିଡ କଟକଣା ମଧ୍ୟରେ  ବିଜେପି କର୍ମୀଙ୍କ ସହ ଏହି ପ୍ରଚାରରେ ସେ ସାମିଲ ହୋଇଥିଲେ ।  ଗୀତ ମାଧ୍ୟମରେ ସେ ଲୋକଙ୍କୁ ଭୋଟଦେବାକୁ  ନିବେଦନ କରିଥିଲେ । ବାଲେଶ୍ୱରରେ ବିଜେପି  ପୁଣି ବିଜୟୀ ହେବ ବୋଲି ପିଙ୍କି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Comments are closed.