ଚର୍ଚ୍ଚାରେ ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ : ୯୧ ବର୍ଷୀୟ ଗରିବ ପ୍ରାର୍ଥୀ ବେଣୁଧର ବାରିକ, ସାଇକେଲରେ କରୁଛନ୍ତି ପ୍ରଚାର ; କହିଲେ, ଲୋକଙ୍କ ଭଲ ପାଇବା ବଡ ପୁଞ୍ଜି

399

କନକ ବ୍ୟୁରୋ : ବାଲେଶ୍ୱର ସଦର ଉପନିର୍ବାଚନରେ ଏଥର ଲଢୁଛନ୍ତି  ୬ ଜଣ ପ୍ରାର୍ଥୀ । ମୁଖ୍ୟ ଲଢେଇ ୩ ଦଳ  ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । କିନ୍ତୁ  ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ  ସବୁଠାରୁ ବୟସ୍କ ଓ  ଗରିବ ପ୍ରାର୍ଥୀ ହେଉଛନ୍ତି ବେଣୁଧର ବାରିକ ।  ବାଲେଶ୍ୱର ସହରରେ  ଜଣେ ବସ୍ତିବାସିନ୍ଦାଙ୍କ ନେତା ଭାବେ ବେଣୁଧର ବେଶ ଜଣାଶୁଣା ।  ନିଜ ପାଖରେ ଗାଡିଘୋଡା ନାହିଁ ।

ନିର୍ବାଚନ ପ୍ରଚାର ପାଇଁ ସେ ସାଇକେଲରେ କିମ୍ବା ଚାଲି ଚାଲି ବୁଲୁଛନ୍ତି । ନିର୍ବାଚନରେ ଯେତେବେଳେ ଲକ୍ଷାଧିକ ଟଙ୍କା ଉଡୁଛି ସେହି ସମୟରେ ବିଜୟୀ ହେବାକୁ ବେଣୁଧର ଆଶା ବାନ୍ଧିଛନ୍ତି ।  ବେଣୁଧରଙ୍କ ବୟସ ୯୧ ବର୍ଷ । ବେଣୁଧରଙ୍କ ଆଗରେ ହାର ମାନିଛି ବୟସ । ନିର୍ବାଚନରେ ଲଢି ଲୋକଙ୍କ ପ୍ରତି ସେବା କରିବାର

ମାତ୍ର ୧୩ ବର୍ଷ ବୟସରେ ସେ ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇଥିଲେ । ସବୁବେଳେ ସରଳ ଜୀବନଯାପନ କରୁଥିବା ବେଣୁଧର କହିବା କଥା ହେଲା, ଲୋକଙ୍କ ଭଲ ପାଇବା ହେଉଛି ତାଙ୍କର ବଡ ପୁଞ୍ଜି ।