ଥାନାରେ ପୁଲିସର ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ କଲେ ବ୍ୟବସାୟୀ: କହିଲେ, କେକ୍ ଓ ଫୁଲତୋଡ଼ା ଦେଇଥିବାରୁ ଦିଆଗଲା ନିର୍ଯାତନା

104

କନକ ବ୍ୟୁରୋ: ଖାକିର ଦାଦାଗିରି! ପୁଲିସ ମାଡରେ ଶରୀରରେ କଳା ଦାଗ ପଡିଯାଇଛି । ଏ ହେଉଛି ଜଣେ ବ୍ୟବସାୟୀଙ୍କ ଉପରେ ଗୋପାଳପୁର ପୁଲିସର ଥାର୍ଡ ଡିଗ୍ରୀର ଚିତ୍ର । କିନ୍ତୁ କେଉଁ କାରଣ ପାଇଁ ଗୋପାଳପୁର ପୁଲିସ ଅଭିଯୋଗକାରୀଙ୍କୁ ଏଭଳି ମାଡ ମାରିଛି ତାହା ଜାଣିଲେ ହୁଏତ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଶୁଣି ନିଅନ୍ତୁ ପ୍ରଥମେ କଣ କହୁଛନ୍ତି ପୁଲିସ ମାଡର ଶିକାର ହୋଇଥିବା କନ୍ଧମାଳର ବ୍ୟବସାୟୀ ସୁମନ କୁମାର ସାହୁ । ସେ ଜିଲ୍ଲା ମୁଖ୍ୟାଳୟକୁ ବଦଳି ବୋଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ଅଭିଯୋଗ ଅନୁସାରେ, ୨୮ତାରିଖ ରାତି ୩ଟା । ଗୋପାଳପୁର ଥାନାର କର୍ମଚାରୀ ମାନେ ଏକ ବୋଲେରୋ ଗାଡ଼ିରେ ଆସି ରାଇକିଆ ସ୍ଥିତ ସୁମନଙ୍କ ଘରେ ପହଁଚିଥିଲେ । ଆଉ କାହାକୁ କିଛି ନଜଣାଇ, ତାଙ୍କୁ ଘରୁ ଉଠାଇ ନେଇ ଗୋପାଳପୁର ଥାନାରେ ପହଂଚି ଥିଲେ ପୁଲିସ ବାବୁ ଶ୍ରୀକାନ୍ତ ଖମାରୀ । ଥାନା ଅଧିକାରୀ ପ୍ରଥମେ ସୁମନକୁ ପଚାରି ଥିଲେ ସ୍ମୃତି ରେଖାକୁ କାହିଁକି ଜନ୍ମଦିନ କେକ୍ ଓ ଡ୍ରେସ ପଠାଇ ଥଲେ । ଏହାପରେ ମାଡ଼ ମାରି ଥିଲେ ଆଇଆଇସି । ତେବ ଧାର ଟଙ୍କା ନେଇ ଥାନାରେ ଏତଲା ହୋଇଥିବା ବେଳେ କେକ ଓ ଡ୍ରେସ କଥା କାହିଁକି ପଚାରିଲେ ସେ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଏବେ ଏହି ମାମଲାର ତଦନ୍ତ କରୁଥିବା ଡିଏସପି ସ୍ନେହାଶିଷ ସାହୁ ସୁମନଙ୍କ ଘରକୁ ଯାଇ ଜେରା କରିବା ବେଳେ ଜନ୍ମଦିନରେ କେକ୍, ପୋଷାକ ଉପହାର କଥା ସାମ୍ନାକୁ ଆସିଛି ।

ଏହି ମାମଲାରେ ଯଦିଓ ସ୍ମୁତିରେଖାଙ୍କ ନାଁରେ ମାମଲା ରୁଜୁ ହୋଇଛି । ହେଲେ ସେ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କିନ୍ତୁ ଧିରେ ଧିରେ ଖୋଲିବାରେ ଲାଗିଛି ଥାନା ବାବୁଙ୍କ ଭିତିରି କଥା ।