ସ୍ଥଗିତ ରହିଲା ବସ୍ ଧର୍ମଘଟ । ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ।

Advertisment
ଆଜି ରାଜ୍ୟରେ ଗଡୁନି ଘରୋଇ ବସ୍ : ଜିଦରେ ଅଟଳ ବସ୍ ମାଲିକ ସଂଘ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା

କନକ ବ୍ୟୁରୋ: ରାଜ୍ୟରେ ହେବନି ବସ୍ ଧର୍ମଘଟ । ବସ୍ ଧର୍ମଘଟ ଡାକରାକୁ ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଂଘ । ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି ।

ତେବେ ଆସନ୍ତାକାଲିଠୁ ରାଜ୍ୟରେ ବସ୍ ଧର୍ମଘଟ ନେଇ ଡାକରା ଦେଇଥିବା ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଥିଲା । ହେଲେ ଆଜି ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ ଶେଷ ହୋଇଥିଲା । ବୈଠକ ପରେ ଘରୋଇ ବସ ସଂଘ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଆଉ ଏହାର କିଛି ସମୟ ପରେ ଧର୍ମଘଟକୁ ସ୍ଥଗିତ ରଖିଛି ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe