କନକ ବ୍ୟୁରୋ: ରାଜ୍ୟରେ ହେବନି ବସ୍ ଧର୍ମଘଟ । ବସ୍ ଧର୍ମଘଟ ଡାକରାକୁ ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଂଘ । ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି ।
ସ୍ଥଗିତ ରହିଲା ବସ୍ ଧର୍ମଘଟ
ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ
ସରକାରଙ୍କ ସହ ଆଲୋଚନା ପରେ ସଂଘର ନିଷ୍ପତ୍ତି
ଆସନ୍ତାକାଲି ବସ୍ ଧର୍ମଘଟ ଡାକରା ଦେଇଥଲା ସଂଘ#BusStrike#Odisha#KanakNewspic.twitter.com/pfMZTbhxnM— Kanak News (@kanak_news) October 9, 2023
ତେବେ ଆସନ୍ତାକାଲିଠୁ ରାଜ୍ୟରେ ବସ୍ ଧର୍ମଘଟ ନେଇ ଡାକରା ଦେଇଥିବା ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଥିଲା । ହେଲେ ଆଜି ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ ଶେଷ ହୋଇଥିଲା । ବୈଠକ ପରେ ଘରୋଇ ବସ ସଂଘ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଆଉ ଏହାର କିଛି ସମୟ ପରେ ଧର୍ମଘଟକୁ ସ୍ଥଗିତ ରଖିଛି ସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/bus-strike-1.jpg)