୮ ତାରିଖ ଯାଏଁ ବସ ଘୁଂଚିଲା ବସ ଧର୍ମଘଟ: ବସ ମାଲିକ ସଂଘରେ ପରବର୍ତୀ ବୈଠକରେ ନିଆଯିବ ନିଷ୍ପତି

170

କନକ ବ୍ୟୁରୋ: ୮ ତାରିଖ ଯାଏଁ ଘୁଂଚିଲା ବସ ଧର୍ମଘଟ । ୮ ତାରିଖ ଆୟୋଜିତ ଅଲ ଓଡିଶା ବୈଠକରେ ଏ ନେଇ ନିଷ୍ପତି ନିଆଯିବ । ବସ ମାଲିକ ସଂଘ ଆଜି ଏହି ବଡ ନିଷ୍ପତି ନେଇଛି । ତେବେ ୧ ତାରିଖରେ କଳାହାଣ୍ଡିରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ହେବ । ଆଉ ଏହି ଦିନ ବ୍ଲକରୁ ଜିଲ୍ଲାରୁ ବସ ଗଡିବ ତାହାହେଲେ ଭବାନୀପାଟଣାରେ ୨୪ ଘଂଟା ଘରୋଇ ବସ ଚଳାଚଳ କରିବ ନାହିଁ ବସ ମାଲିକ ସଂଘ ଚେତାବନୀ ଦେଇଛି । ଏଥିରେ ୧୦ଟି ଜିଲ୍ଲା ବି ସାମିଲ ହେବ । ସଂଘ ସରକାରଙ୍କୁ ଅନୁରୋଧ କରିଛି , ସରକାର ପଂଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଚଳାନ୍ତୁ । କିନ୍ତୁ ବ୍ଲକରୁ ଜିଲ୍ଲାକୁ ବସ ଚଲାନ୍ତୁ ନାହିଁ । ସେହିଭଳି କୌଣସି ରାଜନୈିତିକ ସଭାରେ ଘରୋଇ ବସ ସାମିଲ ହେବ ନାହିଁ ବୋଲି ସଂଘ ଘୋଷଣା କରିଛି ।