କନକ ବ୍ୟୁରୋ: ଟାୟାର ଫାଟିବାରୁ ଦୁର୍ଘଟଣାଗ୍ରସ୍ତ ହେଲା ସରକାରୀ ବସ୍ । ବରଗଡ଼ରୁ ନବରଙ୍ଗପୁର ଯାଉଥିବା ବେଳେ ଅଧାବାଟରେ ଫାଟିଲା ବସ୍ ଟାୟାର । ଭାରସାମ୍ୟ ହରାଇ ବିଲ ଭିତରେ ପଶିଗଲା ବସ୍ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଗୁରୁତର ଆହତ ହୋଇଥିବା ୨ଜଣଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ଅବସ୍ଥା ଠିକ୍ ଥିବା ସୂଚନା ଦେଇଛନ୍ତି ଡାକ୍ତର ।
ଟାୟାର ଫାଟି ରାସ୍ତା କଡକୁ ଖସିପଡିଲା ବସ୍ । ୨ ଯାତ୍ରୀ ଗୁରୁତର, ୧୦ରୁ ଅଧିକ ଆହତ ।
/kanak/media/post_attachments/wp-content/uploads/2023/10/bus.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)