କନକ ବ୍ୟୁରୋ: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ବସରେ ଭର୍ତି ହୋଇଥିଲେ ଯାତ୍ରୀ । କିଏ ଦୀପାବଳୀ ପାଳିବାକୁ ଗାଁକୁ ଫେରୁଥିଲେ ତ, ଆଉ କିଏ ବ୍ୟବସାୟ ପାଇଁ ବିଭିନ୍ନ ସାମଗ୍ରୀ କିଣି ଫେରୁଥିଲେ । କିନ୍ତୁ ରାସ୍ତା ମଝିରେ ହଠାତ ବସରେ ଲାଗି ଯାଇଥିଲା ନିଆଁ ।
- ସମୟ – ସନ୍ଧ୍ୟା ପ୍ରାୟ ୭ଟା
 - ସ୍ଥାନ- ବାବୁଘାଟ, କଲିକତା
 
ବାବୁଘାଟ ବସଷ୍ଟାଣ୍ଡରୁ ପାରାଦୀପ ଅଭିମୁଖେ ବାହାରିଥିଲା ଶିବମ ଟ୍ରାଭେଲ୍ସର ଯାତ୍ରୀବାହୀ ବସ୍ । ଆଉ ବସଟି ପ୍ରାୟ ଶହେ କିଲୋମିଟରରୁ ଅଧିକ ଯିବା ପରେ ରାତି ପ୍ରାୟ ସାଢ଼େ ୯ଟା ବେଳେ, ଖଡଗପୁର ପାଖରେ ଅଚାନକ ବସର ଇଞ୍ଜିନରୁ ନିଆଁ ବାହାରିଥିଲା । କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ବି କିଛି ସମୟ ମଧ୍ୟରେ ପୂରା ବସ୍ ଧୂଆଁମୟ ହୋଇଯାଇଥିଲେ । ତା ପରେ ବସର ଡୋର ଖୋଲି ନଥିଲା । ଏହାପରେ ବସରେ ଥିବା ଯାତ୍ରୀ ଚିକ୍ରାର କରିବା ଆରମ୍ଭ କରିଥିଲେ ।
ତେବେ ଶେଷରେ ଯାତ୍ରୀମାନେ ବସ୍ ଝରକା ଓ ପଛ ଝରକା ଭାଙ୍ଗି ବାହାରକୁ ଡେଇଁଥିଲେ । ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ପ୍ରାୟ ୩୬ ଯାତ୍ରୀ । ହେଲେ, ସେହି ବସ୍ ଭିତରେ ଜଳିଯାଇଥିଲେ କେନ୍ଦ୍ରାପଡାର ପୁଷ୍ପାଞ୍ଜଳି ଦାସ ନାମକ ଯାତ୍ରୀ । ବସ ଜଳିବା ସହ ତାଙ୍କ ଜୀବନ ଚାଲି ଯାଇଥିଲା ।
ଅଗ୍ନିକାଣ୍ଡ ଘଟିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ବସରେ କେତେ ଜଣ ଯାତ୍ରୀ ଥିଲେ? ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ଅବସ୍ଥା କେମିତି ରହିଛି? ତାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଥିଲା । ଖବର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ଖଡଗପୁର ଯାଇଥିଲା । ଆଉ ସମସ୍ତ ଯାତ୍ରୀଙ୍କୁ ସ୍ୱତନ୍ତ୍ର ବସରେ ଓଡିଶା ଫେରିବାର ବ୍ୟବସ୍ଥା କରାଯାଇଥିଲା । ତା ପରେ ଆଜି ନିଜ ନିଜ ଗାଁକୁ ଫେରିଛନ୍ତି ଯାତ୍ରୀ ।
ସୂଚନାଯୋଗ୍ୟ ଯେ, ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ବି ବସରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ହେଲେ, ବିସ୍ଫୋରକ ସାମଗ୍ରୀ ଥିବାରୁ ଜୋରରେ ଜଳିଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/16-11.jpg)