ଡେରାଡୁନରେ ଘାଟିରେ ଖସିଲା ବସ୍ । ୧୩ ମୃତ, ୪ ଗୁରୁତର

687

କନକ ବ୍ୟୁରୋ: ଡେରାଡୁନର ବିକାଶ ନଗର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଘାଟିରେ ଖସିପଡିବାରୁ ଘଟଣାସ୍ଥଳରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

 

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବସରେ ମୋଟ ୨୫ଜଣ ଯାତ୍ରୀ ଥିଲେ । ବିକାଶ ନଗର ନିକଟ ବୁଲହାଡ ବାୟଲା ରୋଡ କଡ ଘାଟିରେ ବସ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଖବର ଦିଆଯାଇଥିଲେ ବି ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବିଳମ୍ବ ହାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଯାଇଥିଲା ।