କନକ ବ୍ୟୁରୋ: ବାଙ୍ଗିରିପୋଷି ସ୍ଥିତ ଦ୍ୱାରଶୁଣି ଘାଟିରେ ବସ୍ ଦୁର୍ଘଟଣା । ଅନୁଗୁଳରୁ କୋଲକାତାର ମୁର୍ସିଦାବାଦ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଭାରସାମ୍ୟ ହରାଇ ଘାଟିରେ ପିଟି ହୋଇଥିଲା । ଫଳରେ ବସରେ ଥିବା ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ତିନି ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।