ମୁମ୍ବାଇ ବିମାନବନ୍ଦର ରନୱେରେ ଯାତ୍ରୀ ବସି ହଙ୍ଗାମା କରିବା ଘଟଣା: ବିମାନ ବନ୍ଦର ଏବଂ ଇଣ୍ଡିଗୋକୁ ନୋଟିସ୍ ପଠାଇଲା ବ୍ୟୁରୋ ଅଫ୍ ସିଭିଏଲ ଏଭିଏସନ ସିକ୍ୟୁରିଟି

163

କନକ ବ୍ୟୁରୋ: ମୁମ୍ବାଇ ବିମାନବନ୍ଦର ରନୱେରେ ଯାତ୍ରୀ ବସି ହଙ୍ଗାମା କରିବା ଘଟଣା, ନୋଟିସ ପଠାଇଲା ବ୍ୟୁରୋ ଅଫ୍ ସିଭିଏଲ ଏଭିଏସନ ସିକ୍ୟୁରିଟି ବା ବିସିଏଏସ । ଗଣମାଧ୍ୟମରେ ବିମାନ ଯାତ୍ରୀଙ୍କ ହଂଗାମାର ଭିଡିଓ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ । ମଧ୍ୟ ରାତ୍ରିରେ ମନ୍ତ୍ରୀ ଏ ନେଇ ଏକ ବୈଠକ କରିଥିବା ଜଣାପଡିଛି । ବିସିଏଏସ ନୋଟିସ୍ ଜାରି ଇଣ୍ଡିଗୋ ବିମାନ ଏବଂ ମୁମ୍ବାଇ ବିମାନ ବନ୍ଦରକୁ ନୋଟିସ୍ କରାଯାଇଛି । ଯାତ୍ରୀଙ୍କ ପାଇଁ ବିମାନ ବନ୍ଦରରେ କାହିଁକି ଭଲ ବ୍ୟବସ୍ଥା ହୋଇନଥିଲା ତାର କାରଣ ଜଣାଇବାକୁ କୁହାଯାଇଛି । ରାତି ଅଢେଇଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ଇଣ୍ଡିଗୋ ବିମାନ ସକାଳ ୧୦ଟା ୪୫ ମିନିଟରେ ଗୋଆରୁ ଦିଲ୍ଲୀ ଆସିବାର ଥିଲା । କିନ୍ତୁ ଏହା ୧୨ ଘଂଟାରୁ ଅଧିକ ବିଳମ୍ବ ହୋଇଥିଲା । ଏହାପରେ ରବିବାର ରାତି ୧୦ଟା ୬ ମିନିଟରେ ବିିମାନଟି ଉଡାଣ ଭରିଥିଲା । ହେଲେ ଦିଲ୍ଲୀ ନଆସି ମୁମ୍ବାଇକୁ ଡାଇଭର୍ଟ ହୋଇଥିଲା ସଂପୃକ୍ତ ବିମାନ । ପରେ ସୋମବାର ରାତି ୨ଟା ୪୦ ମିନିଟରେ ମୁମ୍ବାଇ ଛାଡ଼ିବା ପୂର୍ବରୁ ଯାତ୍ରୀ ମାନେ ବିମାନ ବନ୍ଦରରେ ବସି ହଙ୍ଗାମା କରିଥିଲେ । ଟର୍ମିନାଲକୁ ନଆସି ଖାଇବା ପ୍ଲେଟ୍ ଏବଂ ପାଣି ବୋଟଲ ଧରି ରନୱେରେ ବସିଥିଲେ ଯାତ୍ରୀ । ଇଣ୍ଡିଗୋ ବିମାନ ଏପରି ବ୍ୟବସ୍ଥା ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଛି । କୁହୁଡି ପାଇଁ କମ୍ ଦୃଶ୍ୟମାନ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ଏପରି ଅବ୍ୟବସ୍ଥା ଯେପରି ନହେବ ବିମାନ କର୍ତ୍ତପକ୍ଷ ଧ୍ୟାନ ରଖିବେ ବୋଲି କୁହାଯାଇଛି ।