କନକ ବ୍ୟୁରୋ: ଟ୍ରାଙ୍କୁଲାଇଜ ହେଲା ଜୟପୁର ସହରରେ ଆତଙ୍କ ଖେଳାଇଥିବା ମାରଣା ଷଣ୍ଢ । ଅଗ୍ନିଶମବିଭାଗ ଓ ପୌରପାଳିକା ସହଯୋଗରେ ବହୁ କଷ୍ଟରେ ମାରଣା ଷଣ୍ଢକୁ କାବୁ କରାଯାଇଛି । ଏହା ପରେ ନିକଟସ୍ଥ ଏକ ଗୋଶାଳାରେ ଷଣ୍ଢଟିକୁ ଛଡ଼ାଯାଇଛି । ଯାହାକୁ ନେଇ ସହରବାସୀ ଆଶ୍ୱସ୍ତି ହୋଇଛନ୍ତିା
ଗତ କିଛି ଦିନ ହେଲା ସହରରେ ଆତଙ୍କ ସୃଷ୍ଟି କରିଥିଲା ଷଣ୍ଢ । ଯାହାକୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା । ତେବେ ଜୟପୁର ପୌରପାଳିକା ପକ୍ଷରୁ ଅଗ୍ନିଶମ ବିଭାଗ ଓ ପଶୁ ସମ୍ପଦ ବିଭାଗ ଷଣ୍ଢକୁ ଟ୍ରାଙ୍କୁଲାଇଜ କରି କାବୁ କରିଛନ୍ତି । ଅନେକ ଲୋକ ଏହି ଷଣ୍ଢ ଆକ୍ରମଣର ଶିକାର ହୋଇ ମେଡ଼ିକାଲରେ ପଡିଛନ୍ତି । ପି.ରାବଣାମ୍ମା ନାମକ ଜଣେ ବୃଦ୍ଧା କେଲାସାହି ନିକଟରେ ଥିବା ମନ୍ଦିରକୁ ଯାଉଥିବା ବେଳେ ଷଣ୍ଢଟି ତାଙ୍କୁ ଆକ୍ରମଣ କରିଥିଲା । ଶିଂଘରେ ମହିଳାଙ୍କୁ କଚାଡ଼ି ଫିଙ୍ଗିଦେଇଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/20_00000-4.jpg)