ପ୍ରବଳ ବର୍ଷା ଯୋଗୁ ଭୁଶୁଡିଲା କୋଠା : ବାରିପଦାରୁ ଆସିଲା ଏକ୍ସକ୍ଲୁସିଭ ଚିତ୍ର, ସହରରରେ ପଶିଲା ଜରାଳୀ ଓ ସରାଳୀ ନାଳ ପାଣି; ତଳିଆ ଅଂଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ନ୍ୟୁଜ୍ By Kanak News Bureau On Aug 26, 2020 2,087 Share କନକ ବ୍ୟୁରୋ : ବର୍ଷାରେ ଭୁଷୁଡ଼ିଲା ଘର । ବାରିପଦାରେ ଲଗାଣ ବର୍ଷା ଜାରି ରହିବା ଯୋଗୁଁ କୋଠା ଭୁଶୁଡିପଡିଛି । କୋଠାଟି ଭୁଶୁଡିବା ଅବସ୍ଥାକୁ ଆସିବା ପରେ ସାଂଗେ ସାଂଗେ ଘର ଭିତର ଥିବା ଲୋକମାନେ ବାହାରକୁ ଦୌଡି ପଳାଇଆସିଥିଲେ । ଏହାର କିଛି ସମୟରେ କୋଠାଟି ଭୁଶୁଡିପଡିଥିଲା । ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଯାଇଥିବା ଜରାଳୀ ଓ ସରାଳୀ ନାଳ ଗୁଡ଼ିକରେ ପ୍ରବଳ ବନ୍ୟା ପାଣି ପ୍ରବାହିତ ହେଉଛି । ସହରର ତଳି ଅଂଚଳରେ ବନ୍ୟା ଜଳ ଘରେ ପ୍ରବେଶ କରିଛି । ତେବେ ଶିମିଳିପାଳ ଜୈବମଣ୍ଡଳରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ସେଠାରୁ ବାହାରିଥିବା ବୁଢାବାଳଙ୍ଗ ନଦୀ ଧିରେ ଧିରେ କୂଳ ଲଂଘୁଛି ।ତଳି ଅଂଳରେ ରହୁଥିବା ଲୋକଙ୍କୁ ବତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ବର୍ଷା ଲାଗି ରହିବା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଛି । ବର୍ଷା ପାଣି ଲୋକଙ୍କ ଘରେ ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଗକୁ ପଢନ୍ତୁ କୋଭିଡ୍ କଟକଣା ଭିତରେ ଟ୍ୱିନସିଟିର ପାଳିତ ହେବ ରମଜାନ ପର୍ବ ।… Apr 13, 2021 ବିଜେଡି-ବିଜେପି : କାଦୁଅ ଫିଙ୍ଗା ରାଜନୀତି । ସୋସିଆଲ ମିଡ଼ିଆରେ… Apr 13, 2021 2,087 Share FacebookTwitterGoogle+WhatsAppTelegramEmailPrint
Comments are closed.