କନକ ବ୍ୟୁରୋ : ବର୍ଷାରେ ଭୁଷୁଡ଼ିଲା ଘର । ବାରିପଦାରେ ଲଗାଣ ବର୍ଷା ଜାରି ରହିବା ଯୋଗୁଁ କୋଠା ଭୁଶୁଡିପଡିଛି । କୋଠାଟି ଭୁଶୁଡିବା ଅବସ୍ଥାକୁ ଆସିବା ପରେ ସାଂଗେ ସାଂଗେ ଘର ଭିତର ଥିବା ଲୋକମାନେ ବାହାରକୁ ଦୌଡି ପଳାଇଆସିଥିଲେ । ଏହାର କିଛି ସମୟରେ କୋଠାଟି ଭୁଶୁଡିପଡିଥିଲା ।
ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଯାଇଥିବା ଜରାଳୀ ଓ ସରାଳୀ ନାଳ ଗୁଡ଼ିକରେ ପ୍ରବଳ ବନ୍ୟା ପାଣି ପ୍ରବାହିତ ହେଉଛି । ସହରର ତଳି ଅଂଚଳରେ ବନ୍ୟା ଜଳ ଘରେ ପ୍ରବେଶ କରିଛି । ତେବେ ଶିମିଳିପାଳ ଜୈବମଣ୍ଡଳରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ସେଠାରୁ ବାହାରିଥିବା ବୁଢାବାଳଙ୍ଗ ନଦୀ ଧିରେ ଧିରେ କୂଳ ଲଂଘୁଛି ।
ତଳି ଅଂଳରେ ରହୁଥିବା ଲୋକଙ୍କୁ ବତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ବର୍ଷା ଲାଗି ରହିବା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଛି । ବର୍ଷା ପାଣି ଲୋକଙ୍କ ଘରେ ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଯାଇଥିବା ଜରାଳୀ ଓ ସରାଳୀ ନାଳ ଗୁଡ଼ିକରେ ପ୍ରବଳ ବନ୍ୟା ପାଣି ପ୍ରବାହିତ ହେଉଛି । ସହରର ତଳି ଅଂଚଳରେ ବନ୍ୟା ଜଳ ଘରେ ପ୍ରବେଶ କରିଛି । ତେବେ ଶିମିଳିପାଳ ଜୈବମଣ୍ଡଳରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ସେଠାରୁ ବାହାରିଥିବା ବୁଢାବାଳଙ୍ଗ ନଦୀ ଧିରେ ଧିରେ କୂଳ ଲଂଘୁଛି ।
ତଳି ଅଂଳରେ ରହୁଥିବା ଲୋକଙ୍କୁ ବତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ବର୍ଷା ଲାଗି ରହିବା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଛି । ବର୍ଷା ପାଣି ଲୋକଙ୍କ ଘରେ ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/18-26.jpg)