କନକ ବ୍ୟୁରୋ : ରାଜ୍ୟରେ ଫେବୃଆରୀ ୫ରୁ କାମଚଳା ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଷୋଡଶ ବିଧାନସଭାରେ ଏହା ଶେଷ ଅଧିବେଶନ ହେବ । କାରଣ ଆଗକୁ ବିଧାନସଭା ଓ ସାଧାରଣ ନିର୍ବାଚନ ଅଛି । ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି । ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ତିମଥର ପାଇଁ ବିଧାନସଭାର ଶୀତକାଳୀନ ଅଧିବେଶନ ଚାରି ଦିନ ପାଇଁ ଚାଲିଥିଲା । ନଭେମ୍ବର ୨୬ କାର୍ଯ୍ୟଦିବସର ଶେଷ ତାରିଖ ଥିଲା । ହେଲେ ନଭେମ୍ବର ୨୪ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଥିଲା ।