କନକ ବ୍ୟୁରୋ: ସରିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନିଳାନ୍ଦ୍ରୀ ଭକ୍ତନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଏଥିରେ ମହାପ୍ରଭୁଙ୍କ ଜମିଜମା ସହ ୨୦୨୧-୨୨ ଆର୍ଥିକ ବର୍ଷର ୧୯୦ କୋଟି ଟଙ୍କାର ବଜେଟ୍କୁ ଅନୁମୋଦନ ମିଳିଛି । ଖଣିରୁ ୧୫ କୋଟି, ବ୍ୟାଙ୍କ ଜମା ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି । ଖଣିରୁ ଖଣ୍ଡଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ମନ୍ଦିର ପ୍ରଶାସନର ଚୁକ୍ତି ହେବ । ଖଣିରୁ ୭୦ କୋଟି ଟଙ୍କାର ଆୟ ପାଇଁ ଲକ୍ଷ୍ୟ ରହିଛି ।
ପୁରୀ ସହର ଜମି ଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ହୋଇଛି । ଖୁବ ଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ପ୍ରତିଶୃତି ଦେଇଛନ୍ତି । ଏହାସହ ସୂର୍ଯ୍ୟ ମନ୍ଦିର ଦ୍ୱାରରେ ରୂପା ଛାଉଣୀ ହେବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଛି । ଜଣେ ଦାତାଙ୍କ ଦ୍ୱାରା କରାଯିବ ରୂପା ଛାଉଣୀ । ସେବାୟତ, ଶ୍ରୀ ମନ୍ଦିର କର୍ମଚାରୀମାନଙ୍କ ପାଇଁ ଖୁବ ଶୀଘ୍ର ଡ୍ରେସ କୋର୍ଡ ଲାଗୁ ହେବା ନେଇ ବୈଠକରେ ନିଷ୍ପତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/4-3.jpg)