ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ଗଡ଼ରେ ଲାଗିଲା ବିଏସଏଫର କ୍ୟାମ୍ପ : ଲାଲ ଇଲାକାରେ ୨୪ ଘଂଟା ନଜର ରଖିବେ ସୁରକ୍ଷାକର୍ମୀ  

ସ୍ଥିତି ଯାଂଚ କଲେ ଦକ୍ଷିଣ ପଶ୍ଚିମ ଅଂଚଳ ଡ଼ିଆଇଜି ଓ ମାଲକାନଗିରି ଏସପି 

100

କନକ ବ୍ୟୁରୋ : ଲାଲଗଡରେ ପୁଲିସର ବରିଷ୍ଠ ଅଧିକାରୀ । ମାଓ ଦୁର୍ଗରେ ସ୍ଥାପନ ହୋଇଛି ଆଉ ଏକ ନୂଆ ପୁଲିସ କ୍ୟାମ୍ପ । ବିଏସଏଫ କ୍ୟାମ୍ପ ସ୍ଥାପନ କରି ସୁରକ୍ଷା ସ୍ଥିତି ଯାଂଚ କରିଛନ୍ତି ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ୍ ଅହମ୍ମଦ କେ. ଏବଂ ମାଲକାନଗିରି ଏସପି ରିଷିକେଶ କିଲ୍ଲାରୀ । ବିଏସଏଫ କ୍ୟାମ୍ପରେ ରହି ଲାଲ ଇଲାକାରେ ୨୪ ଘଂଟା ନଜର ରଖିବେ ସୁରକ୍ଷାକର୍ମୀ । ସ୍ୱାଭିମାନ ଅଂଚଳର ଗୋରାସେତୁ ଠାରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଏହି କ୍ୟାମ୍ପ ହେବା ପରେ ଚିତ୍ରକୋଣ୍ଡା ବ୍ଲକର ପଣସପୁଟ ଓ ଅଣ୍ଡ୍ରାପାଲି ପଂଚାୟତକୁ ସୁରକ୍ଷା ବଳୟ ଭିତରକୁ ନେଇଛି ସୁରକ୍ଷା ବାହିନୀ ।

ପୁଲିସ ମାଓବାଦୀଙ୍କୁ ସମର୍ଥନ କରୁଥିବା ଲୋକଙ୍କ ଆସ୍ଥାଭାଜନ ହେବା ସବୁଠାରୁ ବଡ କଥା ବୋଲି କହିଛନ୍ତି ଡିଆଇଜି । ଲୋକଙ୍କୁ ସୁରକ୍ଷା ଦେଇ ସେମାନଙ୍କୁ ସାଥିରେ ନେଇ ମାଓ ଦମନ କ୍ଷେତ୍ରରେ ପୁଲିସ ଆଗକୁ ବଢୁଥିବା  ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ୍ ଅହମ୍ମଦ କେ. କହିଛନ୍ତି । ସେପଟେ ମାଲକାନଗିରି ଏସପି କହିଛନ୍ତି ଲୋକଙ୍କ ସୁରକ୍ଷା ଦେବା ସହ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ମୁଖ୍ୟ ଲକ୍ଷ୍ୟ ରହିଛି ।