କନକ ବ୍ୟୁରୋ: ଭାଇର ଛୁରାମାଡରେ ଭଉଣୀର ମୃତ୍ୟୁ । ରାକ୍ଷୀପୂର୍ଣିମାରେ ଏକ ହୃଦୟବିଦାରକ ଘଟଣା ଘଟିଛି ବ୍ରହ୍ମପୁରରେ । ୧୩ ବର୍ଷର ସମ୍ପର୍କୀୟ ଭଉଣୀକୁ ଛୁରୀରେ ଭୁଷି ହତ୍ୟା କରିଛି ସୈତାନ ଭାଇ । ଏକ ଶ୍ରାଦ୍ଧଭୋଜିରେ ଏମାନେ ଏକାଠି ହୋଇଥିଲେ । ବଡକଥା ହେଲା, ଘଟଣା ପରେ ଅଭିଯୁକ୍ତ ଭାଇ ଫେରାର ହେବାକୁ ଉଦ୍ୟମ କଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଛି । ଛୁରୀମାଡର କାରଣ ଜଣାପଡିନାହିଁ ।

Advertisment

ରାକ୍ଷୀ ପୂର୍ଣ୍ଣିମାରେ ଯେଉଁ ଭାଇ, ଭଉଣୀକୁ ଜୀବନବ୍ୟାପୀ ସୁରକ୍ଷାର ପ୍ରତିଶ୍ରୃତି ଦେଇଥିଲା, ହଠାତ୍ ସେ ପାଲଟିଗଲା ନର ରାକ୍ଷସ । ଛୁରୀ ଭୁଷି ଭଉଣୀକୁ କଲା ହତ୍ୟା । ଏଭଳି ହୃଦବିଦାରକ ଖବର ଆସିଛି ବ୍ରହ୍ମପୁର ବଡବଜାର ଅଂଚଳରୁ । ସମ୍ପର୍କୀୟ ନାବାଳିକା ସାନ ଭଉଣୀ ପ୍ରଯୋକ୍ତା ପାଣିଗ୍ରାହୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଅଭିଯୁକ୍ତ ବଡ ଭାଇ ଆଶୁତୋଷ ପାଣିଗ୍ରାହୀ । ଏହି ଘଟଣା ବ୍ରହ୍ମପୁରରେ ଚାଚଂଲ୍ୟ ସୃଷ୍ଟି କରିଛି । ସବୁଠାରୁ ବଡ କଥା ହେଲା, ଅଭିଯୁକ୍ତ ଭାଇ ଫେରାର ଉଦ୍ୟମ କରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ମୃତ ୧୩ ବର୍ଷିୟା ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ୧୪ ବର୍ଷିୟ ଆୟୁଷ୍ମାନ ପାଣିଗ୍ରାହୀ ବ୍ରହ୍ମପୁର ଆସ୍କା ରୋଡ ଜଗନ୍ନାଥନଗରରେ ରହୁଥିବା ନିଜ ବଡ ବଡବାପାଙ୍କ ଘରକୁ ଶ୍ରାଦ୍ଧ ପୂଜାରେ ଯୋଗଦେବା ପାଇଁ ଆସିଥିଲେ । ତଳଘରେ ଶ୍ରାଦ୍ଧ ଚାଲିଥିବାବେଳେ ଉପର ଘରେ ଥିଲେ ପ୍ରଯୋକ୍ତା, ଆୟୁଷ୍ମାନ ଓ ଆଶୁତୋଷ । ହଠାତ୍ ଚିତ୍କାର ଶୁଣି ଘର ଲୋକେ ଉପର ମହଲାଙ୍କୁ ଯିବାବେଳେ ପ୍ର ଯୋକ୍ତା ଓ ଆୟୁଷ୍ମାନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲେ । ଉଭୟଙ୍କୁ ଛୁରାମାଡ ହୋଇଥିଲା । ଆଉ ଆଶୁତୋଷ ଫେରାର ହେବାକୁ ଉଦ୍ୟମ କରିଥିଲେ। ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା । ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ । ଆୟୁଷ୍ମାନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ଆଶୁତୋଷ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ହିଞ୍ଜିଳିକାଟୁ ନିକଟରେ ଏକ ବସ ତାଙ୍କୁ ଧକ୍କା ଦେଇଛି । ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ଲୋକେ । ଆୟୁଷ୍ମାନ ଏମ.ଫାର୍ମାରେ ପଢୁଥିବା ଜଣାପଡିଛି । ଛୁରାମାଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ପୁଲିସ ପଂହଚି ତଦନ୍ତ ଆରମ୍ଭ କରିଛି ।