କନକ ବ୍ୟୁରୋ: ନବ ବିବାହିତ ଦମ୍ପତ୍ତିଙ୍କ ପାଇଁ ସବୁଠାରୁ ବଡ ଦିନ ହେଉଛି ତାଙ୍କ ବିବାହର ଦିନ । ଏହି ଦିନର ପ୍ରତିଟି ମୂହୁର୍ତ୍ତକୁ ନବ ଦମ୍ପତ୍ତି ସ୍ମୃତି ଭାବରେ ସାଇତି ରଖନ୍ତି । ତେବେ ଏମିତି ଏକ ଘଟଣା ତାମିଲନାଡୁରୁ ସାମ୍ନାକୁ ଆସିଛି । ଯାହା ଅତି ମଜାଦାର । ବିବାହ ମଣ୍ଡପରେ ବରର ସାଙ୍ଗମାନେ କନ୍ୟାଠାରୁ ଏମିତି କଣ୍ଟ୍ରାକ୍ଟ ସାଇନ କରିଛନ୍ତି ଯାହା ଦେଖିଲେ ଆପଣ ନହସି ରହିପାରିବେନି ।

Advertisment

ତେବେ ଆସନ୍ତୁ ଜାଣିବା ସେହି କଣ୍ଟ୍ରାକ୍ଟରେ କଣ ଲେଖାଥିଲା । କଣ୍ଟ୍ରାକ୍ଟରେ ଲେଖାଥିଲା କି, ପତ୍ନୀ ହେବା ପରେ ଆପଣ ଶନିବାର ଓ ରବିବାର ସ୍ୱାମୀଙ୍କୁ କ୍ରିକେଟ ଖେଳିବାକୁ ରୋକିବେନି । ଏହି ରୋଚକ ଘଟଣାପରେ ସେଠାରେ ଥିବା ଲୋକମାନେ ନହସି ରହିପାରିନଥିଲେ ।

ତାମିଲନାଡୁ ଥାଣେରେ ରହୁଥିବା ହରିପ୍ରସାଦ ଏକ ପ୍ରାଇଭେଟ କଲେଜରେ ପାଠପଢାଉଛନ୍ତି । ତାଙ୍କ ବିବାହ ପୂଜା ନାମକ ଜଣେ ଝିଅଙ୍କ ସହ ହୋଇଥିଲା । ବିବାହ ପୂର୍ବରୁ ପୂଜାଙ୍କୁ ତାଙ୍କ ସ୍ୱାମୀଙ୍କ ସାଙ୍ଗମାନଙ୍କ ଏହି ସର୍ତ୍ତମାନିବାକୁ ପଡିଥିଲା । ୨୦ ଟଙ୍କିଆ ଏକ ଷ୍ଟାମ୍ପ ପେପର ସହ ଏହି କଣ୍ଟ୍ରାକ୍ଟ ତିଆରି କରାଯାଇଥିଲା । ଆଉ ପୂଜା ମଧ୍ୟ ଏହି କଣ୍ଟ୍ରାକ୍ଟ ପେପରରେ ସାଇନ କରିଥିଲେ ।