ବରଯାତ୍ରୀ ଯାଉଥିବା ବେଳେ ବରକୁ ଉଠାଇ ନେଲା ପୁଲିସ । ବର ଓ ବର ଗାଡି ଥାନାରେ ଅଟକ

615

କନକ ବ୍ୟୁରୋ: ବରକୁ ଉଠାଇନେଲା ପୁଲିସ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହିରେ ବରଯାତ୍ରୀ ଯାଉଥିବା ବେଳେ ଘଟିଛି ଏଭଳି ଘଟଣା । ପ୍ରେମିକାର ଏତଲା ଆଧାରରେ ବରକୁ ଉଠାଇ ନେଇଛି ପୁଲିସ । ସୂଚନା ଅନୁସାରେ, ସଲଙ୍ଗାବୁଡ଼ ଗାଁର ସଞ୍ଜୁ କେର୍କେଟାଙ୍କୁ ଭଲ ପାଉଥିଲେ ବାମଡ଼ା ଖୋଖୋପଡ଼ାର ବିଷ୍ଣୁ ପିଙ୍ଗ । ବଡ଼ କଥା ହେଉଛି ଉଭୟଙ୍କର ଗୋଟିଏ ଶିଶୁକନ୍ୟା ମଧ୍ୟ ରହିଛି । ଏହାସତ୍ୱେ ବିଷ୍ଣୁ, ସଂଜୁଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ । ବିବାହ ହେଉଥିବା ଖବର ପାଇ ଥାନାରେ ଏତଲା ଦେଇଥିଲେ ସଂଜୁ । ଆଉ ବିବାହ ପାଇଁ ବରଯାତ୍ରୀ ଯାଉଥିବା ବେଳେ ବିଷ୍ଣୁଙ୍କୁ ଅଧାବାଟରୁ ଉଠାଇ ନେଇଛି ପୁଲିସ । ବିଷ୍ଣୁଙ୍କ ସହ ସଜା ହୋଇଥିବା ବରଯାତ୍ରୀ କାର୍ ମଧ୍ୟ ଜବତ କରିଛି ପୁଲିସ ।