ଏମିତି ଏକ ଗାଁ, ଯେଉଁଠି ଖରାକୁ ବାହାରିଲେ ତରଳି ଯାଇଥାଏ ଲୋକଙ୍କ ମୁହଁ

Advertisment
ଏମିତି ଏକ ଗାଁ, ଯେଉଁଠି ଖରାକୁ ବାହାରିଲେ ତରଳି ଯାଇଥାଏ ଲୋକଙ୍କ ମୁହଁ

ଶୀତଦିନେ ଅଧିକାଂଶ ଲୋକ ଖରାରେ ଛିଡା ହେବାକୁ ପସନ୍ଦ କରିଥାନ୍ତି । ଖାସକରି ଶୀତରୁ ରକ୍ଷା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡା ହୋଇଥାନ୍ତି ଲୋକେ । କିନ୍ତୁ ବିଶ୍ୱରେ ଏଭଳି ଏକ ଗ୍ରାମ ଅଛି,ଯେଉଁଠାରେ କ୍ଷଣକ ପାଇଁ ବି ଯଦି କେହି ଖରାକୁ ଆସେ,ତେବେ ସେହି ଲୋକର ମୁହଁ ତତକ୍ଷଣାତ୍ ତରଳି ଯାଇଥାଏ।

ବ୍ରାଜିଲର ସାଓ ପାଉଲୋରେ ରହିଛି ଅରାରସ୍ ନାମକ ଏକ ଗାଆଁ। ଏହି ଗାଆଁର ଲୋକେ ଏକ ଅଜବ ରୋଗର ଶିକାର ହୋଇଛନ୍ତି। ଏହି ଅଞ୍ଚଳରେ ଲୋକେ ସୂର୍ଯ୍ୟ କିରଣ ସାମ୍ନା କରିବା ମାତ୍ରେ ସେମାନଙ୍କର ମୁହଁ ତରଳି ଯାଇଥାଏ। ଅରାରସର ଅଧିକାଂଶ ଲୋକ ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ଏଣୁ ସେମାନେ ଖରାରେ ଚାଷ କରିବାକୁ ବାଧ୍ୟ। ଏହାଫଳରେ ସେମାନଙ୍କର ତ୍ୱଚା ଓ ମୁହଁ ତରଳି ଯାଇଥାଏ। ଏହି ଗାଆଁର ବହୁ ଲୋକ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏହି ରୋଗର ନାଆଁ ହେଲା ଏକସୋ ଡେରମା ପିଗମେଣ୍ଟୋସନ୍ ଅର୍ଥାତ୍ ଏକସପି।

ଏହି ରୋଗରେ ତ୍ୱଚା ଖରା ଧାସ ପାଇବା ମାତ୍ରେ ତରଳିବାରେ ଲାଗିଥାଏ। ଖରାକୁ ଆସିବାର କୁପରିଣାମ ଭୋଗୁଛନ୍ତି ଏହି ଲୋକେ। ଏହି ଗାଆଁରେ ସବୁଠାରୁ ଅଧିକ ଲୋକ ଏହି ରୋଗର ଶିକାର ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe