ପଦାକୁ ଆସିଲା ବୟଫ୍ରେଣ୍ଡର କାରନାମା, ନିଜ ଖର୍ଚ୍ଚ ପାଇଁ ବାନ୍ଧବୀ ଦ୍ୱାରା କରାଉଥିଲା ଏପରି କାମ

615
କନକ ବ୍ୟୁରୋ: ପ୍ରତିଦିନ ବାନ୍ଧବୀଙ୍କ ଫୋନ୍ କରୁଥିଲା । କାହା ସହ କଥା ହେବାକୁ ଦେଉନଥିଲା । ଅଧିକାଂଶ ସମୟ ମାରପିଟ ବି କରୁଥିଲା । ନିଜ ପାଖରେ ରଖୁଥିଲା ବାନ୍ଧବୀର କ୍ରେଡିଟ୍ କାର୍ଡ । ଏତିକିରେ ମନ ଭରିଲାନି ଯେ ବାନ୍ଧବୀକୁ ଏପରି କାମ କରାଇବାକୁ ବି ପଛାଇଲାନି ପୁରୁଷ ବନ୍ଧୁ  ।
ଆଜିକାଲି ସମାଜରେ ବୟଫ୍ରେଣ୍ଡ ଓ ଗର୍ଲଫ୍ରେଣ୍ଡ କଥାଟା ସାଧାରଣ ହୋଇଗଲାଣି । କିନ୍ତୁ ଏସବୁକୁ ନେଇ ଦିନକୁ ଦିନ ଯେପରି ଘଟଣା ଅଘଟଣ ଘଟୁଛି ତାକୁ ନେଇ ଯୁବଗୋଷ୍ଠୀ ସତର୍କ ହେବା ସତର୍କ ହେବା ଜରୁରୀ । ତେବେ କାନାଡାରେ ଏପରି ଏକ ଅଜବ ଘଟଣା ପଦାକୁ ଆସିଛି ।’ ମିରର୍ ୟୁକେ’ ର ଖବର ମୁତାବକ, କାନାଡାର ୨୨ ବର୍ଷିୟା ନିକୋଲ କ୍ଲାର୍ଜ  ନିଜ ୨୧ ବର୍ଷିୟ ବୟଫ୍ରେଣ୍ଡ କାଇଲ ହେଲମ୍ କୁ ନେଇ ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି ସେଥିରେ ଦେହ ଥରି ଉଠିବ । ତାଙ୍କ କହିବା ଅନୁସାରେ, ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବା ପରେ କାଇଲ ଯେପରି ତାଙ୍କୁ ହାତ ମୁଠାରେ ରଖିଥିଲା ।  କୂଟଚକ୍ରାନ୍ତ କରି ଧିରେ ଧିରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ନିକୋଲଙ୍କୁ ଅଲଗା କରିଦେଇଥିଲା ।  ଏହାପରେ ତାଙ୍କୁ ବନ୍ଧକ କରି ରଖିବା ସହ ଚାକର ପରି ହୁକୁମ ଚଳାଇଥିଲା । ଏଥିରେ ଅତିଷ୍ଠ ହୋଇ ନିକୋଲ ରୁମ ବଦଳାଇବା ପରେ ବି ତାଙ୍କ ପିଛା ଛାଡିନଥିଲା କାଇଲ । ସେଠାରେ  ରହି ନିକୋଲକୁ  ଟିକେଟିକେ କଥାରେ ମାରପିଟ କରିବାକୁ ଲାଗିଲା । ପ୍ରତିଦିନ ବାନ୍ଧବୀ ନିକୋଲର ଫୋନ ଚେକ କରିବା ସହ କାହା ସହ କଥା ହେବାକୁ ଦେଉନଥିଲା । ତାଙ୍କ କ୍ରେଡିଟ୍ କାର୍ଡ ନିଜ ପାଖରେ ରଖିବା ସହ ନିକୋଲଙ୍କ ଘରୁୁ ଯାହା ଟଙ୍କା ଅସୁଥିଲା ତାକୁ ନିଶା ସେବନରେ ଉଡାଇଦେଉଥିଲା ।
ଦିନେ ସବୁ ସୀମାକୁ ଟପିଯାଇଥିଲା କାଇଲ । ଜଣେ ବନ୍ଧୁଙ୍କ ସହ କଥା ହୋଇ ଆସିବା ପରେ ବାନ୍ଧବୀ ନିକୋଲଙ୍କୁ ଭିକ ମାଗିବାକୁ ବାଧ୍ୟ କରିଥିଲା । କାଇଲର ଡରରେ ପିଟରବର୍ଗ ଟାଉନ୍ ସେଣ୍ଟର ରୋଡ କଡରେ ଭିକ ମାଗିଥିଲେ ନିକୋଲ । ଦିନେ କମ୍ ଭିକ ମିଳିବାରୁ ପେଚକସରେ ନିକୋଲର ଆଣ୍ଠୁକୁ ବାରମ୍ବାର ଆଘାତ କରିଥିଲା । ଏଥିରେ ଆହତ ହେବା ପରେ ବି ଭିକ ମାଗିବାକୁ ଯାଇଥିଲେ ନିକୋଲ । ଦିନେ ବିଚ୍ ରାସ୍ତାରେ ନିକୋଲଙ୍କୁ ମାଡ ମାରୁଥିବା ଦେଖି ଜଣେ ମହିଳା ତାଙ୍କୁ କିଛିି ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲେ । ଏହାପରେ ମହିଳାଙ୍କ ସହ ଯାଇ ପୋଲିସ ଆଗରେ ନିକୋଲ ବୟାନ କରିଥିଲେ ନିଜ ବୟଫ୍ରେଣ୍ଡର ଭୟାନକ ନିର୍ଯାତନାର କାହାଣୀ । ଏହାପରେ ପୋଲିସ କାଇଲ ହେଲମକୁ ଗିରଫ କରିଥିଲା । ଏଥିରେ ଦୋଷୀ ସାବ୍ୟସ୍ତ ହେବା ପରେ ନିର୍ଦ୍ଦୟୀ କାଇଲକୁ ହୋଇଥିଲା ୪ ବର୍ଷ ଜେଲ ।