ଟିମ ଇଣ୍ଡିଆକୁ ଝଟକା: ଶାସ୍ତ୍ରୀଙ୍କ ସମେତ ବୋଲିଂ ଓ ଫିଲ୍ଡିଂ କୋଚ ପଜିଟିଭ

106

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ମୂଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖାଲି ଶାସ୍ତ୍ରୀ ନୁହେଁ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ଭାରତ ଅରୁଣ ଙ୍କ ସହ ଫିଲ୍ଡିଂ କୋଚ ଆର୍ ଶ୍ରୀଧର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଟିମ ଇଣ୍ଡିଆର ଚତୁର୍ଥ ଟେଷ୍ଟର ଶେଷ ପର୍ଯ୍ୟାୟରେ ଟିମର ୩ ମୁଖ୍ୟ କର୍ମଚାରୀ ପଜିଟିଭ ଆସିବା ଏବେ ଦଳର ଚିନ୍ତା ବଢେଇଛି । ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ପଂଚମ ତଥା ଅନ୍ତିମ ଟେଷ୍ଟରେ ସଂକ୍ରମିତ ହେଇଥିବା ୩ ଜଣ ମେମ୍ବର ଟିମର ସାମିଲ ହୋଇପାରିବେ ନାହିଁ । ତେବେ ଶାସ୍ତ୍ରୀଙ୍କ ସମ୍ପର୍କରେ ଆସିଥିବା ଭୌତିକ ଚିକିତ୍ସକ ନୀତିନ ପଟେଲଙ୍କ ରିପୋର୍ଟ ନେଗେଟିଭ କିଛିଟା ଆଶ୍ୱସ୍ତି ଆଣିଛି ।

ଗତକାଲି ଆଂଟିଜେନ ଟେଷ୍ଟରେ ଶାସ୍ତ୍ରୀ ପଜିଟିଭ ଜଣାପଡିବା ପରେ ରବି ଶାସ୍ତ୍ରୀଙ୍କ ସମେତ ୩ ଜଣଙ୍କର ଆରଟିପିସିଆର ଟେଷ୍ଟ ପାଇଁ ନିଷ୍ପତି ନିଆଯାଇଥିଲା । ଆଜି ଆରଟିପିସିଆର ରିପୋର୍ଟ ଆସିବା ପରେ ଭାରତୀୟ ଦଳର ୩ ଜଣ ପ୍ରମୁଖ ମେମ୍ବର ପଜିଟିଭ ଖବର ଦଳ ପାଇଁ ଚିନ୍ତାର କରଣ ସାଜିଛି । ପୂର୍ବରୁ ଷ୍ଟାଡିୟମରେ ବସି ଦର୍ଶକ ଖେଳ ଦେଖିବା ନିଷ୍ପତି ନିଆଯିବା ପରେ ଅନେକ ପ୍ରଶ୍ନ ଉଠିଥିଲା । କାରଣ ଅନେକ ସମୟରେ ଦର୍ଶକମାନେ ଷ୍ଟାଡିୟମ ମଧ୍ୟକୁ ଅବାଧ ପ୍ରବେଶ କରିବା ଖେଳାଳିମାନଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚି ସୂଷ୍ଟି କରିବା ସହ ଖେଳାଳୀଙ୍କ ସୁରକ୍ଷାରେ ଢିଲା କରିଯାଉଥିବା ସ୍ପଷ୍ଟ ପ୍ରମାଣିତ କରୁଛି ।

ଗୋଟିଏ ପଟେ ଉଭୟ ଇଂଲଣ୍ଡ ଓ ଇଣ୍ଡିଆର ଖେଳାଳିଙ୍କ ପାଇଁ ଇସିବି ତରଫରୁ ସ୍ୱତନ୍ତ୍ର ପ୍ରୋଟୋକଲ ଆକାରରେ ବାୟୋ ବବଲର ବ୍ୟବସ୍ତା କରାଯାଇଥିବାବେଳେ ଅନ୍ୟପଟେ ଟିମର ଷ୍ଟାଫ ପଜିଟିଭ ଆସିବା ଇଲଂଣ୍ଡ କ୍ରିକେଟ ବୋର୍ଡର କାଯ୍ୟପନ୍ଥା ଉପରେପ୍ରଶ୍ନ ସୃଷ୍ଟି କରିଛି ।