ଘନାଉଛି ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା : ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଜେରା ପାଇଁ ଡାକିପାରେ ଏନସିବି

292
କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ ମାମଲାରେ ତଦନ୍ତ କରୁଥିବା ଦିଲ୍ଲୀ-ମୁମ୍ବାଇ ଏନସିବି ଟିମରୁ ରିପୋର୍ଟ ନେବାକୁ ଏନସିବି ଡିଜି ରାକେଶ ଅସ୍ଥାନ ମୁମ୍ବାଇ ପଂହଚିସାରିଛନ୍ତି । ଖବର ଅନୁସାରେ, ରବିବାର ଏନସିବି ଅଧିକାରୀଙ୍କ ସହ ପ୍ରାୟ ୩ ଘଂଟା ଧରି ସେ ଆଲୋଚନା କରିଛନ୍ତି । ଏଥିରେ ଏନସିବିର ଯାଂଚ, ପ୍ରମାଣ ସଂଗ୍ରହ, ଗିରଫଦାରୀ ଓ ବିଲଉଡ ଅଭିନେତ୍ରୀଙ୍କ ସହ ପଚରାଉଚନା ନେଇ ଆଲୋଚନା ହୋଇଛି । କେବଳ ଏତିିକି ନୁହେଁ ୨୦୧୯ରେ  ବଲିଉଡ  ପ୍ରଯୋଜକ, ନିର୍ଦ୍ଦେଶକ କୋରନ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଭାଇରାଲ ଭିଡିଓ ନେଇ ଆଲୋଚନା ହୋଇଛି । କୁହାଯାଉଛି,  ଏହାର ଫରେନସିକ ରିପୋର୍ଟ  ଏନସିବିକୁ ମିଳିସାରିଛି  ।
ରିପୋର୍ଟ ଅନୁସାରେ, ଭିଡିଓରେ କୌଣସି ଏଡିଟ କରାଯାଇନାହିଁ ।  କରଣ ଜୋହର କହିସାରିଛନ୍ତି, ୨୦୧୯ରେ ତାଙ୍କ ଘରେ ପାର୍ଟି ହୋଇଥିଲା, କିନ୍ତୁ ଏଥିରେ ଡ୍ରଗ୍ସ ସେବନ ଆଦୌ ହୋଇନଥିଲା । ତେବେ ଏନସିବି ଡିଜି ଆସ୍ଥାନ ଆଜି  ଏନେଇ ଆଲୋଚନା କରିବେ । ଥେିରେ ନିଷ୍ପତି ନିଆଯାଇପାରେ ଭାଇରାଲ ଭିଡିଓ ଆଧାରରେ କୋରନ ଜୋହରଙ୍କୁ ପଚରାଉଚରା ପାଇଁ ଡକାଯିବ ନା ନାହିଁ । ଏପେଟେ ଗତକାଲି ଗୋଆରୁ ମୁମ୍ବାଇ ଆସି ପହଂଚିଛନ୍ତି କୋରନ ଜୋହର ।