ହାତଗୋଡ ବନ୍ଧା ଅବସ୍ଥାରେ ରାସ୍ତାରେ ପଡିଛି ମୃତଦେହ । ଖବର ପାଇ ପହଂଚିଲା ପୋଲିସ, ଜାରି ରଖିଛି ତଦନ୍ତ

Advertisment
ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା : ହତ୍ୟାକାରୀକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ନୂଆପଡାରେ ହାତ ଗୋଡ ବନ୍ଧା ଅବସ୍ଥାରେ ରାସ୍ତାରେ ପଡିଛି ମୃତଦେହ । ମୃତ ଶରୀରର ଅନେକ ସ୍ଥାନରେ ରହିଛି ମାଡ ଚିହ୍ନ । ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି ନୂଆପଡା ପୋଲିସ । ଶବ ପଡିଥିବା ସ୍ଥାନରେ ତାଙ୍କୁ କିଛି ବାଟ ଘୋଷଡା ଯାଇଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ସ୍ଥାନୀୟ ଟିପାଝର ଗାଁର ଦବଂ ଶବର ବୋଲି ଜଣାପଡିଛି ।

କିଛି ଦିନ ତଳେ ଟିପାଝର ଗାଁରୁ ଜଣକ ଘରୁ ବାଘଛାଲ ଓ ବାର୍ହା ମାଂସ ଜବତ ହୋଇଥିଲା । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ମୃତ ଯୁବକଙ୍କ ସଂପୃକ୍ତି ରହିଥିବା ନେଇ ସନ୍ଦେହ କରୁଛି ପୋଲିସ । ନୂଆପଡା ଏସଡିପିଓ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe