କନକ ବ୍ୟୁରୋ : ନୂଆପଡାରେ ହାତ ଗୋଡ ବନ୍ଧା ଅବସ୍ଥାରେ ରାସ୍ତାରେ ପଡିଛି ମୃତଦେହ । ମୃତ ଶରୀରର ଅନେକ ସ୍ଥାନରେ ରହିଛି ମାଡ ଚିହ୍ନ । ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି ନୂଆପଡା ପୋଲିସ । ଶବ ପଡିଥିବା ସ୍ଥାନରେ ତାଙ୍କୁ କିଛି ବାଟ ଘୋଷଡା ଯାଇଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ସ୍ଥାନୀୟ ଟିପାଝର ଗାଁର ଦବଂ ଶବର ବୋଲି ଜଣାପଡିଛି ।
କିଛି ଦିନ ତଳେ ଟିପାଝର ଗାଁରୁ ଜଣକ ଘରୁ ବାଘଛାଲ ଓ ବାର୍ହା ମାଂସ ଜବତ ହୋଇଥିଲା । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ମୃତ ଯୁବକଙ୍କ ସଂପୃକ୍ତି ରହିଥିବା ନେଇ ସନ୍ଦେହ କରୁଛି ପୋଲିସ । ନୂଆପଡା ଏସଡିପିଓ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/12_03_2018-murder-deadbody.jpg)