ଶବକୁ ମିଳିଲାନି ମହାପ୍ରୟାଣ ଗାଡି : କାନ୍ଧରେ ବୁହା ହେଲା ଶବ, ଗଂଜାମ ଜିଲ୍ଲା ବଡଗଡ ଥାନା ଅଂଚଳରୁ ଆସିଲା ଅଭାବନୀୟ ଦୃଶ୍ୟ

Advertisment
ଶବକୁ ମିଳିଲାନି ମହାପ୍ରୟାଣ ଗାଡି : କାନ୍ଧରେ ବୁହା ହେଲା ଶବ, ଗଂଜାମ ଜିଲ୍ଲା ବଡଗଡ ଥାନା ଅଂଚଳରୁ ଆସିଲା ଅଭାବନୀୟ ଦୃଶ୍ୟ

କନକ ବ୍ୟୁରୋ : ମିଳିଲାନି ମହାପ୍ରୟାଣ ଗାଡି । ଆଉ କାନ୍ଧରେ ୩ କିଲୋମିଟର ବୁହାହେଲା ଶବ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ପଦ୍ମପୁର ରାସ୍ତାରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଖବର ଅନୁସାରେ, ପଦ୍ମପୁର ଗାଁର ଲକ୍ଷ୍ମୀ ଗୌଡ ଅସୁସ୍ଥ ଥିବାରୁ ତାଙ୍କୁ ବଡଗଡ ଥାନା ଅଣାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗାଁକୁ ନେବାକୁ ମହାପ୍ରୟାଣ ଗାଡି ନମିଳିବାରୁ ଲକ୍ଷ୍ମୀଙ୍କ ପୁଅ ଓ ସମ୍ପର୍କୀୟ ଶବକୁ ଗାଁକୁ କାନ୍ଧରେ ନେଇଥିଲେ । ସୋସିଆଲ ମିଡିଆରେ ଏବେ ହି ଭିଜୁଆଲ ଭାଇରାଲ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe