କନକ ବ୍ୟୁରୋ : କୂଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ । ଖୋର୍ଦ୍ଧ ରମ୍ଭାବିଲିର ଏକ କୂଅରୁ ଯୁବକଙ୍କ ମୃତଦେହ ମିଳିଛି । ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ । ବହୁତ ଖୋଜାଖୋଜି ପରେ ନିମିଳିବାରୁ ଆଜି କୂଅ ଭିତରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପରିବାର ପକ୍ଷରୁ ଏନେଇ ହତ୍ୟା ଅଭିଯୋଗ ଅଣାଯାଇଛି । କେହି ମାରିକୁ କୂଅରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛି । ଜଙ୍କିଆ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।